ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

74

୧୮୫୭ ମସିହାର ସିପାହି ବିଦୋହ ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ପର୍ବ । ଏହାର ୩୦ ବର୍ଷ ପୂର୍ବରୁ ଆମ ଏଇ ଉତ୍କଳ ମାଟିର ଜଣେ ବିପ୍ଳବୀ ଶକ୍ତିଶାଳୀ ବ୍ରିଟିଶ ଉପନିବେଶ ବିରୁଦ୍ଧରେ ବିଦ୍ରୋହର ବହ୍ନି ପ୍ରଜ୍ଜ୍ୱଳିତ କରିଥିଲେ । ଭାରତର ମୁକ୍ତି ଆନ୍ଦୋଳନର ଇତିହାସର ନାହନା ସାହେବ, ତାନ୍ତିଆ ଟୋପି, ଝାନ୍‌ସିର ରାଣୀ ଲକ୍ଷ୍ମୀବାଈ ପ୍ରଭୃତି ସେନାନୀମାନଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଇଥିବାବେଳେ ଏଇ ମହାନ୍ ଦେଶଭକ୍ତଭ୍‌କର କଣ୍ଟକାକିତସଂଗ୍ରାମୀ ଜୀବନକୁ ଲୋକଲୋଚନକୁ ଆଣିବା ପାଇଁ ଯଥୋଚିତ ପ୍ରୟାସ କରାଯାଇ ନାହିଁ । ଦୀର୍ଘ ୩୭ ବର୍ଷ କାଳ ଅନ୍ଧକାର କାରାଗାରର ଋଦ୍ଧ କୋଠରୀ ମଧ୍ୟରେ ଆବଦ୍ଧ ରହି ଦିବାରାତ୍ର ସ୍ୱାଧୀନତାର ସ୍ୱପ୍ନ ଦେଖିବା ସ୍ୱାଭିମାନୀ ବ୍ୟକ୍ତି ଜଣକ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ ।
ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ୨୩ ତାରିଖ ଦିନ ସମ୍ବଲପୁର ସହରଠାରୁ ପ୍ରାୟ ୩୪ କି.ମି. ଦୂରବର୍ତ୍ତୀ ନିଜ ଗ୍ରାମ ଖିଣ୍ଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଉଦନ୍ତ ସାଏ, ଧ୍ରୁବ ସାଏ, ଉଜ୍ଜ୍ୱଳ ସାଏ, ଛବିଳ ସାଏ, ମେଦିନୀ ସାଏ ଏବଂ ଜାଜ୍ୱଳ ସାଏ ନାମରେ ଛଅ ଭାଇଥିଲେ । ସୁରେନ୍ଦ୍ରଙ୍କ ପିତା ଧର୍ମ ସିଂହ ଜଣେ ଶାନ୍ତଶିଷ୍ଟ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ବାଲ୍ୟକାଳରୁ ସୁରେନ୍ଦ୍ର ସାଏ ନିଜର ଭାଇମାନଙ୍କ ସହିତ କୁସ୍ତି, କସରତ, ଖଣ୍ଡାଚାଳନା, ଅଶ୍ୱାରୋହଣ ପ୍ରଭୃତି ବିଦ୍ୟା ଶିକ୍ଷା କରିଥିଲେ । ପିତୃବ୍ୟ ବଳରାମ ସିଂହ ଥିଲେ ସେମାନଙ୍କର ଯଥାର୍ଥ ପଥ ପ୍ରଦର୍ଶକ ଏବଂ ପଦେଷ୍ଟା । ସୁରେନ୍ଦ୍ରଙ୍କ ପ୍ରତି ସାନ ଭାଇମାନଙ୍କର ଭକ୍ତି ଓ ସମ୍ମାନ ଆଦର୍ଶ ସ୍ଥାନୀୟ ଥିଲା । ସେମାନଙ୍କ ମଧ୍ୟରେ ଥିବା ପରସ୍ପର ପ୍ରତି ଅନୁରକ୍ତି ସେମାନଭ୍‌କୁ ଏକତାବଦ୍ଧ କରାଇପାରିଥିଲା । ପିଲାଟି ଦିନରୁ ସୁରେନ୍ଦ୍ର ସାଏ ଥିଲେ ଅତ୍ୟନ୍ତ ଜିଦ୍‌ଖୋର ଏବଂ ଅବାଧ୍ୟ ।
ଛୋଟନାଗପୁର ଅଧୀନସ୍ତ ହାତୀବାଡ଼ିର ଜମିଦାର କନ୍ୟା କୃଷ୍ଣପ୍ରିୟାଙ୍କ ସହିତ ସୁରେନ୍ଦ୍ରଙ୍କର ବିବାହ ସମ୍ପନ୍ନ ହୋଇଥିଲା । ମିତ୍ରଭାନୁ ସାଏ ଥିଲେ ତାଙ୍କର ଏକମାତ୍ର ପୁତ୍ର ।
୧୮୨୭ ମସିହାରେ ମହାରାଜା ସାଏଙ୍କ ମୃତ୍ୟୁ ହେଲା । ତାଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ଇଷ୍ଟଇଣ୍ଡିଆ କମ୍ପାନୀ ବିଧବା ମୋହନ କୁମାରୀଙ୍କୁ ସମ୍ବଲପୁର ସିଂହାସନରେ ବସାିଥିଲେ । ଜଣେ ମହିଳାଙ୍କୁ ଶାସକ ରୂପେ ଅଧିଷ୍ଠିତ କରିବା ତତ୍କାଳୀନ ସମୟରେ ଦେଶାଚାର ଓ ଆଇନ ବିରୁଦ୍ଧ ହୋଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଏହା କରିଥିଲେ । କାରଣ ରଣୀ ପର୍ଦ୍ଦାସୀନ ହୋଇଥିବାରୁ ଶାସନ ଉପରେ ତାଙ୍କର କର୍ତ୍ତୃତ୍ୱ ନଥିଲା । ଏିହ ସମୟରେ ରାଜବଂଶୀୟ ସୁରେନ୍ଦ୍ର ସାଏ ସିଂହାସନର ପରବର୍ତ୍ତୀ ଉତ୍ତରାଧିକାରୀ ରୂପେ ଦାବି କଲେ । ଆଇନଗତ କାରଣ ବ୍ୟତୀତ ତାଙ୍କର ଯୋଗ୍ୟତା ଏବଂ ବ୍ୟକ୍ତିତ୍ୱ ଦୃଷ୍ଟିରୁ ସେ ଏଥିପାଇଁ ଉପଯୁକ୍ତ ଥିଲେ । ଜନସାଧାରଣ ମଧ୍ୟ ବହୁ ଜମିଦାରଙ୍କ ସହିତ ସୁରେନ୍ଦ୍ରଙ୍କ ସିଂହାସନ ଦାବିକୁ ସମର୍ଥନ କଲେ । କ୍ରମେ ଏହା ବିପ୍ଳବର ରୂପ ନେଲା । ରାଜ୍ୟର ଗଣ୍ଡ ଓ ବିଞ୍ଚାଳମାନେ ସୁରେନ୍ଦ୍ରଙ୍କୁ ସାହାଯ୍ୟ କଲେ । ଦିନକୁ ଦିନ ରାଣୀଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ି ଚାଲିଲା ।
ମୋହନ କୁମାରୀଙ୍କ ଶାସନରେ ରାଜ୍ୟର ଅବସ୍ଥା ଅସମ୍ଭାଳ ହେବାରୁ କମ୍ପାନୀ କର୍ତ୍ତୃପକ୍ଷ ହଜାରିବାଗରୁ ଦଳେ ସୈନ୍ୟ ସମ୍ବଲପୁର ପଠାଇଲେ । ସେମାନେ ଅତି ନିଷ୍ଠୁର ଭାବରେ ସୁରେନ୍ଦ୍ର ସାଏଙ୍କ ସମର୍ଥକମାନଙ୍କୁ ହତ୍ୟାକଲେ ଓ ସେମାନଙ୍କର ଘରଦ୍ୱାର ପୋଡ଼ିଦେଲେ । ତଥାପି ରାଜ୍ୟରେ ଶାନ୍ତି ସ୍ଥାପନ ଅସମ୍ଭବ ହୋଇପଡ଼ିଲା । ଏଥିରେ ବିଚଳିତ ହୋଇ ଇଂରଜମାନେ ମୋହନକୁମାରୀଙ୍କ ଦେହରକ୍ଷୀ ନାରାୟଣ ସିଂହଙ୍କୁ ନାମକୁ ମାତ୍ର ଶାସନ ଗାଦିରେ ବସାଇଲେ । ବିଧବାରାଣୀଙ୍କୁ ବୃତ୍ତି ପ୍ରଦାନ କରି କଟକ ପଠାଇ ଦିଆଗଲା ।
ନାରାୟଣ ସିଂହ ଗାଦିସୀନ ହେବାପରେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷାପାଇଁ ଚେଷ୍ଟାକରି ବିଫଳ ହେଲେ । ଇଂରଜମାନଙ୍କ ପ୍ରରୋଚନାରେ ଆତଙ୍କବାଦୀ ବୋଲାଉଥିବା ସୁରେନ୍ଦ୍ର ସାଏଙ୍କର ଅନେକ ସମର୍ଥକଙ୍କୁ ଫାଶୀ ଦିଆଗଲା । ପ୍ରଜାମାନଙ୍କଠାରୁ ବର୍ଦ୍ଧିତ ହାରରେ ଖଜଣା ଆଦାୟ କରାଗଲା । ନାରାୟଣ ସିଂହଙ୍କ ଏସବୁ କୁଶାସନ ଅଗ୍ନିରେ ଘୃତାହୁତି ସଦୃଶ ଥିଲା । ଫଳସ୍ୱରୂପ ସୁରେନ୍ଦ୍ରଙ୍କ ନେତୃତ୍ୱ ପଛରେ ସେମାନେ ଏକଜୁଟ୍ ହେଲେ । ବିଶେଷ କରି ଆଦିବାସୀ, ଗଣ୍ଡ ଏବଂ ବିଞ୍ଚାଳ ଜାତିର ସକ୍ରିୟ ସହଯୋଗ ଯୋଗୁଁ ବିପ୍ଳବର ଗତି ଦିନକୁ ଦିନ ତୀବ୍ର ହେବାକୁ ଲାଗିଲା । ଲକ୍ଷଣପୁରର ଗଣ୍ଡ ଜମିଦାର ବଳଭଦ୍ର ଦାଓ ସୁରେନ୍ଦ୍ରଙ୍କ ବିଶିଷ୍ଟ ସମର୍ଥକ ଥିଲେ । ଥରେ ଦେବ୍ରୀଗଡ଼ ପାହାଡ଼ ଗୁମ୍ଫାରେ ବଳଭଦ୍ର ଦାଓ ଓ ସୁରେନ୍ଦ୍ର ସାଏ ବିଶ୍ରାମ ନେଉଥିବା ବଳୋ ଜଣେ ଅନୁଚର ବିଶ୍ୱାସଘାତକତା କରି ଇଂରଜମାନଙ୍କୁ ଏହାର ସନ୍ଧାନ ଦେଇଥିଲେ । ଅତର୍କିତ ଭାବରେ ଇଂରଜମାନଙ୍କ ଆକ୍ରମଣର ପ୍ରତିହତ କରିବାକୁ ଯାଇ ବଳଦେବ ନିହତ ହେଲେ ଓ ସୁରେନ୍ଦ୍ର ପଳାୟନ କଲେ ।
ସେ ସମୟରେ ରାହମପୁରର ଜମିଦାର ଦୁର୍ଯ୍ୟସିଂହ ଇଂରେଜମାନଙ୍କର ଜଣେ ସ୍ତାବକ ଥିଲେ । ସେ ଗୋପନରେ ସୁରେନ୍ଦ୍ରଙ୍କ ବୈପ୍ଳବାତ୍ମକ କାର୍ଯ୍ୟଧରା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ସୁରେନ୍ଦ୍ର ସାଏ ପିତୃବ୍ୟ ବଳରାମ ଏବଂ ଭାଇ ଉଦନ୍ତଙ୍କ ସହ ରାମପୁର ଗଡ଼ ଆକ୍ରମଣ କଲେ ।
ଏହି ସଂଗ୍ରାମରେ ଦୁର୍ଯ୍ୟସିଂହଙ୍କର ପିତା ଓ ପୁତ୍ର ନିହତ ହେଲେ । ସୁରେନ୍ଦ୍ରଙ୍କ ରାମପୁର ଆକ୍ରମଣ ସମ୍ବାଦ ଇଂରଜମାନଙ୍କ ନିକଟରେ ପହଞ୍ôଚଲା । ସଙ୍ଗେସଙ୍ଗେ ଏକ ବିରାଟ ସୈନ୍ୟଦଳ ତାଙ୍କୁ ଧରିବା ପାଇଁ ରାମପୁର ଯାତ୍ରା କଲେ । ସରକାରୀ ସୈନ୍ୟମାନଙ୍କର ଏଇ ଆକ୍ରମଣରେ ଅନେକ ବିପ୍ଳବୀ ମୃତ୍ୟୁ ମୁଖରେ ପଡ଼ିଲେ । ସୁରନ୍ଦ୍ରଙ୍କ ସମେତ ବହୁ ବିଦ୍ରୋହୀଙ୍କୁ ଗିରଫ କରାଯାଇ ସେମାନଙ୍କର ବିଚାରକରାଗଲା । ବିଚାରାଳୟ ବଳରାମ ସିଂହକୁ ଆଜୀବନ, ଉଦନ୍ତ ସାଏଙ୍କୁ ସାତ ବର୍ଷ ଏବଂ ସୁରେନ୍ଦ୍ରଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍‌ହିତ କଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଷଡ଼ଯନ୍ତ୍ର କରି ସେମାନଙ୍କୁ ହଜାରିବାଗ ଜେଲରେ ଯାବଜ୍ଜୀବନ ବନ୍ଦୀ କରି ରଖିଲେ । ଏ ଥିଲା ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୀବନର ପ୍ରଥମ ଅଧ୍ୟାୟ ।
ସୁରେନ୍ଦ୍ର ଜେଲରେ ଥିବାବେଳେ ସମ୍ବଲପୁରରେ ଅନେକ ପରିବର୍ତ୍ତନ ଘଟିଥିଲା । ୧୮୪୯ ମସିହାରେ ନାରାୟଣ ସିଂହଙ୍କର ମୃତ୍ୟୁ ଯୋଗୁଁ ସମ୍ବଲପୁରର ଶାସନ ଭାର ସିଧା ସଳଖ କମ୍ପାନୀ ଅଧୀନକୁ ଚାଲିଗଲା ।
୧୮୫୭ ମସିହା ମେ\’ ମାସ ୧୭ ତାରିଖ ଦିନ ଐତିହାସିକ ସିପାହି ବିଦ୍ରୋହ ମିରଟଠାରେ ସୂତ୍ରପାତ ହେଲା । କ୍ରମେ ଏଇ ଆନ୍ଦୋଳନର ଲେଲିହାନ ଶିଖା ସମଗ୍ର ଉତ୍ତର ଭାରତର ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଲ । ବିଦ୍ରୋହୀ ସୈନିକଗଣ ଜେଲ ଫାଟକ ଖୋଲି ସୁରେନ୍ଦ୍ରଙ୍କ ସମେତ ଅନେକ ବିଦ୍ରୋହୀଙ୍କୁ ମୁକ୍ତ କରିଦେଲେ । ଅବଶ୍ୟ ସେତେବେକୁ ସୁରେନ୍ଦ୍ରଙ୍କ ପିତୃବ୍ୟ ବଳରାମ ସିଂହ ଜେଲ୍ ଭିତରେ ଦେହ ତ୍ୟାଗ କରି ସାରିଥିଲେ । ତଥାପି ସୁରେନ୍ଦ୍ର ଧୈର୍ଯ୍ୟହରା ନ ହୋହଇ ନିଜର ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ ନିମନ୍ତେ ମାତୃଭୂମିକୁ ଫେରିଗଲ । ତାଙ୍କ ଭାଗ୍ୟର ଉଦୟ ହେଲା ।
କିଛିଦିନ ମଧ୍ୟରେ ସୁରେନ୍ଦ୍ର ସାଏଙ୍କ ମୁକ୍ତି ସମ୍ବାଦ ସମ୍ବଲପୁର ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପିଗଲା । ହଜାର ହଜାର ଜନତା ତାଙ୍କର ପ୍ରିୟ ନେତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆଗେଇ ଆସିଲେ । ପୁଣି ସମ୍ବଲପୁର ଅଞ୍ଚଳରେ ବିପ୍ଳବର ଝଡ଼ ବହିବାକୁ ଲାଗିଲା । ଏଥିରେ ଆତଙ୍କିତ ହୋଇ ସମ୍ବଲପୁରର ତତ୍କାଳୀନ ଆସିଷ୍ଟାଣ୍ଟ୍ କମିଶନର ଲେ ସାହବ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ଦଙ୍କୁ ଧରାଇ ଦେବା ପାଇଁ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣ କଲେ ।
୧୮୫୭ ମସିହା ଅକ୍ଟୋବର ୭ ତାରିଖରେ ପ୍ରାୟ ୧୨ ଶତ ସମର୍ଥକଙ୍କୁ ନେଇହ ସୁରେନ୍ଦ୍ର ସାଏ କ୍ୟାପଟେନ୍ ଲେଙ୍କୁ ସାକ୍ଷାତ କରିବାକୁ ଚାହିଁଲେ । ଲେ ସାହେବ ଏଥିରେ ଆତଙ୍କିତ ହୋଇ ସୁରେନ୍ଦ୍ରଭ୍‌କୁ କୋଡ଼ିଏ ଜଣ ଅନୁଚରଣଙ୍‌କ ସହିତ ତାଙ୍କୁ ସାକ୍ଷାତ ଆଲୋଚନା ପାଇଁ ଅନୁମତି ଦେଲେ । ଅନେକ ବିଚାର ବିମର୍ଷ ପରେ କ୍ୟାପଟେନ୍ ଲେ ସୁରେନ୍ଦ୍ରଭ୍‌କୁ ସମ୍ପୂର୍ଣ୍ଣ ନିରାପତ୍ତାର ପ୍ରତିଶ୍ରୁତି ଦେବା ସଙ୍ଗେସଙ୍ଗେ ତାଙ୍କର ରାଜଗାଦି ସମ୍ପର୍କୀୟ ଦାବିକୁ ବିଚାର ପାଇଁ ଉଚ୍ଚ ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ନିମନ୍ତେ ପଠାଇବାକୁ ପ୍ରତିଶୃତି ଦେଲ । କିନ୍ତୁ ସମ୍ବଲପୁରରେ ଅବସ୍ଥାନ କାଳରେ ତାଙ୍କର ଗତିବିଧି ପ୍ରତି କଡ଼ା ନଜର ରଖାଗଲା ଓ ସେ ଗୃହବନ୍ଦୀ ହେେଲେ । ତେଣୁ ବିପଦର ଆଶଙ୍କା କରି ଅକ୍ଟୋବର ୩୧ ତାରିଖ ଦିନ ସୁରେନ୍ଦ୍ର ଗୋପନରେ ସମ୍ବଲପୁର ଛାଡ଼ି ପଳାୟନ କଲେ । ଖିିଣ୍ଡାରେ ପହଞ୍ôଚ ସେ ନିଜ ଭାଇମାନଙ୍କ ସହିତ ଆଗାମୀ ଦିନ ମୁକାବିଲା ପାଇଁ ପ୍ରସ୍ତୁତ ହେଲେ । ଘେଂସ, କୋଲାବିରା, ଭେଡେନ୍ ପ୍ରଭୃତି ଆଦିବାସୀ ଜମିଦାରମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ । ଚାରିଆଡ଼େ ବିଦ୍ରୋହର ନିଆଁ ଜଳି ଉଠିଲା ।
ସୁରେନ୍ଦ୍ର ବିଦ୍ରୋହୀମାନଙ୍କୁ ସଂଗଠିତ କରି କେତୋଟି ଦଳରେ ବିଭକ୍ତ କଲେ । ସେମାନଙ୍କ ସହାୟତାରେ ବାହ୍ୟଜଗତରୁ ସମ୍ବଲପୁରର ସମ୍ପର୍କକୁ ଛିନ୍ନ କରିବା ପାଇଁ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ କରାଗଲା । ଏଇ ସମୟରେ ବିଦ୍ରୋହୀ ସୈନ୍ୟମାନେ କଟକରୁ ସମ୍ବଲପୁର ଆସିଥିବା ମୋରେ ନାମକ ଜଣ ଡାକ୍ତରକୁ ହତ୍ୟା କରିଥିଲେ । ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କ୍ୟାପଟେନ୍ ଉଡ୍ ଏକ ଶକ୍ତିଶାଳୀ ବାହିନୀ ନେଇ ପାପଙ୍ଗା ପାହାଡ଼ରେ ଥିବା ବିଦ୍ରୋହୀମାନଙ୍କର ଏକ ଆଡ୍‌ଡା ଆକ୍ରମଣ କଲେ । ଏହି ସଂଘର୍ଷରେ ସୁରେନ୍ଦ୍ରଙ୍କ ଅନ୍ୟତମ ଭ୍ରାତା ଛବିଳ ସାଏଙ୍କ ସହିତ ବହୁ ବିଦ୍ରୋହୀ ମୃତାହତ ହେଲେ । ୧୮୫୮ ମସିହା ଫେବୃୟାରୀ ୧୨ ତାରିଖରେ ସଂଗଠିତ ଅନ୍ୟ ଏକ ଯୁଦ୍ଧରେ କ୍ୟାପଟେନ୍ ଉଡ଼ବିଜ ମୃତ୍ୟୁବରଣ କଲେ । ଏହା ବ୍ରିଟିଶ ସରକାରଙ୍କ ପ୍ରତି ଏକ ଶକ୍ତ ଧକ୍କା ଥିଲା । ୧୮୫୮ ମସିହା ମାର୍ଚ୍ଚରେ କ୍ୟାପଟେନ୍ ଲେ\’ଙ୍କ ପରିବର୍ତ୍ତେ କର୍ଣ୍ଣେଲ ଫ୍ରୋଷ୍ଟେର ନୂତନ ଡେପୁଟି କମିଶନର ଭାବରେ ଯୋଗଦଲେ । ତାଙ୍କର ଦମନ ମୂଳକ ନୀତିଯାଗୁଁ ସମଗ୍ର ସମ୍ବଲପୁରରେ ଆତଙ୍କ ଖେଳିଗଲା । ସେ ଉଜ୍ଜ୍ୱଳ ସାଏଙ୍କ ସମେତ ଖରସାଲ ଓ ଘେଂସର ଜମିଦାରଙ୍କୁ ଧରି ଫାଶୀ ଦେଲେ । ତଥାପି ପରିସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ । ୧୮୬୯ ମସିହାରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଗଲା । ସେ ଦମନମୂଳକ ନୀତି ପରିହାର କରି ସମସ୍ତ ବିଦ୍ରୋହୀଙ୍କୁ ଆତ୍ମ ସମର୍ପଣ କଲେ କ୍ଷମା ଦିଆଯିବ ବାଲି ଘୋଷଣା କଲେ । ଫଳ ସ୍ୱରୂପ ୧୮୬୨ ଜାନୁଆରିରେ ମିତ୍ରଭାନୁ ସାଏ ଅସ୍ତ୍ର ତ୍ୟାଗ କରି ଆତ୍ମ ସମର୍ପଣ କଲେ । ତା\’ ପରେପରେ ଧ୍ରୁବସାଏ, ଉଦନ୍ତ ସାଏ, ହାତୀ ସିଂହ ପ୍ରଭୃତି ବିଦ୍ରୋହୀ ନତାମାନେ ମଧ୍ୟ ଆତ୍ମ ସମର୍ପଣ କଲ । ଶେଷରେ ସୁରେନ୍ଦ୍ର ଇମ୍ପେଙ୍କ ପରାମର୍ଶ ଅନୁସାରେ ୧୮୬୨ ମେ\’ ମାସ ୧୬ ତାରିଖରେ ଅସ୍ତ୍ରତ୍ୟାଗ କରିଥିଲେ । ତାଙ୍କୁ ୧୨୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ସ୍ଥିର ହେଲା । ଏଭଳଳି ଉଦ୍ୟମ ସମ୍ବଲପୁରରେ କିଛିଦିନ ପାଇଁ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇଥିଲା ।
୧୮୬୩ ମସିହାରେ ମେଜର ଇମ୍ଫେଙ୍କ ମୃତ୍ୟୁ ହେଲା । ତାଙ୍କ ବଦଳରେ କ୍ୟାପଟେନ୍ କୁମ୍ଭରଲେକ୍ ଡେପୁଟି କମିଶନର ଭାବରେ ଯୋଗଦେଲେ । ସେ ମେଜର ଇମ୍ଫେଙ୍କର ମିଳାମିଶା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରି ସୁରେନ୍ଦ୍ରଙ୍କ ସମେତ ତାଙ୍କର ଅନ୍ୟଭାଇ ଓ ସମର୍ଥକମାନଙ୍କୁ ଗିରଫ କଲେ । ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ସମସ୍ତ ଅଭିଯୋଗ ବିଚାରାଳୟରେ ମିଥ୍ୟା ପ୍ରମାଣିତ ହେବା ସତ୍ତ୍ୱେ ୧୮୧୮ ମସିହା ରେଗୁଲେସନ୍ ୩ ଧାରା ଅନୁସାରେ ତାଙ୍କୁ ଜେଲରେ ରଖାଗଲା ଓ ତାଙ୍କର ଭତ୍ତା ବନ୍ଦ କରିଦିଆଗଲା । କିଛିଦିନ ପରେ ତାଙ୍କୁ ଅସିର ଗଡ଼ ଦୁର୍ଗକୁ ପଠାଇ ଦିଆଗଲା । ଅସିରଗଡ଼ ଜେଲରେ ଥିବାବେଳେ ମେଦିନି ସାଏ ମୃତ୍ୟୁ ବରଣ କଲେ । ଧ୍ରୁବ ସାଏ ଏବଂ ମିତ୍ରଭାନୁଙ୍କୁ ୧୮୭୯ ମସିହା ଜାନୁଆରୀ ମାସରେ ଖଲାସ କରି ଦିଆଯାଇଥିଳା । ସେ ଯାହାହେଉ, ନବେ ବର୍ଷ ବୟସରେ ସୁରେନ୍ଦ୍ର ସାଏଙ୍କ ମହାନ୍ ବିପ୍ଳବୀ ଜୀବନର ଅବସାନ ଘଟିଲା । ୧୮୮୪ ମସିହା ଫେବୃଆରୀ ୨୮ ତାରିଖ ଦିନ ଅସିରଗଡ଼ ଦୁର୍ଗର ରୁଦ୍ଧ କାଠରୀ ମଧ୍ୟରେ ସବୁଦିନ ପନାଇଁ ତାଙ୍କର ଜୀବନ ଦୀପ ଲିଭିଗଲା ।
ସୁରେନ୍ଦ୍ର ସାଏଙ୍କ ଭଳି ଦେଶଭକ୍ତ ଇତିହାସରେ ଖୁବ୍ କମ୍ ଦେଖାଯାଆନ୍ତି । ମାତୃଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ପ୍ରଚେଷ୍ଟାର ତୁଳନା ନାହିଁ । ସେ ଥିଲେ ଜଣ ଆଜନ୍ମ ବିପ୍ଳବୀ ଏବଂ ଜନତା ଜନାର୍ଦ୍ଦନର ପ୍ରକୃତ ନେତା । ଇଂରେଜ ସରକାରର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୁଳକୁ ଖାତିର ନ କରି ସେ ଯେପରି ସାରା ଜୀବନ ସଂଗ୍ରାମ ଚଳାଇ ରଖିଥିଲେ, ତାହା ଭାବିଲେ ବିସ୍ମିତ ହେବାକୁ ପଡ଼େ ।

Comments are closed, but trackbacks and pingbacks are open.