ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

17

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

ଭୁବନେଶ୍ୱର, ୧୩ ।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଦ୍ୱାଦଶ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ୯୮ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ଓ ବାଣିଜ୍ୟରେ ସର୍ବାଧିକ ୯୮.୪ ପ୍ରତିଶତ ନମ୍ବର ରଖି ଯଥାକ୍ରମେ ଅନ୍ୱେଶା ସୁନ୍ଦରାଏ ଓ ତମନ୍ନା ଅଗ୍ରୱାଲ ସ୍କୁଲ୍‍ ଟପ୍‍ପର ହୋଇଛନ୍ତି। ସେହିପରି କଳାରେ ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖି ସାନ୍‍ଭି ଏସ୍‍ ପଟେଲ୍‍ ସ୍କୁଲ୍‍ ଟପ୍‍ପର ହୋଇଛନ୍ତି। ଚଳିତବର୍ଷ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୩୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେନ୍‍ ଗ୍ଲୋବ୍‍:

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସ୍ପେଶିଆଲ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସେନ୍‍ ଗ୍ଲୋବ୍‍ରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ମଧ୍ୟ ଏକ ପ୍ରଭାବଶାଳୀ ଫଳାଫଳ ରେକର୍ଡ କରିଛନ୍ତି। ସେନ୍‍ ଗ୍ଲୋବର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେନ୍‍ ଗ୍ଲୋବ୍‍ ଛାତ୍ରଛାତ୍ରୀମାନେ ହାରାହାରି ୮୫ ପ୍ରତିଶତ ନମ୍ବର ରଖିଥିବା ବେଳେ ସର୍ବାଧିକ ୯୨ପ୍ରତିଶତ ନମ୍ବର ରହିଛି।

ସେହିପରି କଲରାବାଙ୍କ ଇଂଲିଶ ମିଡିୟମ ସ୍କୁଲ୍‍ର ଫଳାଫଳ ସନ୍ତୋଷଜନକ ହୋଇଥିବା ବେଳେ ଅସ୍ମିତ ସାହୁ ସର୍ବାଧିକ ୯୬ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି।

ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ୧୯ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି। ଏଥିପାଇଁ ସେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ସେନ୍‍ ଗ୍ଲୋବର ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରୁଥିବାରୁ ସେମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି। 

Comments are closed, but trackbacks and pingbacks are open.