ଓଡ଼ିଶାର ପୂର୍ବତନ କଂଗ୍ରେସ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା I ଗଞ୍ଜାମ ଜିଲ୍ଲା ଆସିକାରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୧ ମସିହାରେ ସେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ । ଏହାପରେ ଶ୍ରୀମତୀ ପଟ୍ଟନାୟକ ବ୍ରହ୍ମପୁରର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ଖାଲି ସେତିକି ନୁହେଁ ଜାତୀୟ ମହିଳା କମିଶନରର ମଧ୍ୟ ସେ ପ୍ରଥମ ଅଧ୍ୟକ୍ଷା ରହିଥିଲେ ।

ରାଜନୀତି କ୍ୟାରିୟରରେ ସେ ମୋଟ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୧ରେ ପ୍ରଥମ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୪ରେ ଦ୍ୱିତୀୟ ଥର କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ସେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।
Comments are closed, but trackbacks and pingbacks are open.