କଂଗ୍ରେସ ସଭାପତି ଦୌଡ଼ରେ ଦିଗବିଜୟ ସିଂହ

28

ନୂଆଦିଲ୍ଲୀ: ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବରିଷ୍ଠ ନେତା ଦିଗବିଜୟ ସିଂହ ଏହି ଦୌଡରେ ସାମିଲ ହୋଇଥିବା ଜଣାପଡିଛି । ଚଳିତମାସ ୩୦ରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ନିକଟତମ ମହଲରୁ ଜଣାପଡିଛି । ଦିଲ୍ଲୀରେ ପହଞ୍ଚିବାପରେ ସେ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଶୋକ ଗେହଲଟ୍‌ଙ୍କ ପ୍ରାର୍ଥିତ୍ୱ ବର୍ତ୍ତମାନ ଅନିଶ୍ଚିତତା ମଧ୍ୟରେ ଥିବାବେଳେ ଶଶି ଥରୁର, କେ.ସି.ବେଣୁଗୋପାଳ ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭଳି ଆଗଧାଡିର ନେତା ସଭାପତି ନିର୍ବାଚନରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି ।

Comments are closed, but trackbacks and pingbacks are open.