ଇରାନର ଇସଫାହନ ସହରରେ ମିସାଇଲ ମାଡ କଲା ଇସ୍ରାଏଲ

7

ନୂଆଦିଲ୍ଲୀ : ଇସ୍ରାଏଲ ଶୁକ୍ରବାର ସକାଳେ ଇରାନ ଉପରେ ଆକ୍ରମଣ କରିଦେଇଛି । ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମିସାଇଲ ମାଡ କରିଛି ଇସ୍ରାଏଲ । ସପ୍ତାହେ ତଳେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ଆଜି ଜବାବରେ ପାଲଟା ଆକ୍ରମଣ କରିଛି ।

ଇରାନର ସରକାରୀ ଏଜେନ୍ସି ଫାର୍ସର ସୂଚନା ଅନୁସାରେ ଇସଫାହନ ସହରରେ ଉତ୍ତର-ପଶ୍ଚିମ ଭାଗରେ ୩ ଥର ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳରେ ଅନେକ ଅଫିସର କୋଠାର ଝରକା ମଧ୍ୟ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି । କହିରଖୁଛୁ ସିରିଆର ରାଜଧାନୀ ଦମିଶ୍କସ୍ଥିତ ଇରାନ ଦୂତାବାସ ଉପରେ ୧ ଏପ୍ରିଲରେ ଆକ୍ରମଣ ହୋଇଥିଲା । ଏଥିରେ ୧୩ ଜଣ ପ୍ରାଣ ହରାଇଥିଲେ ।

ତେବେ ଇସ୍ରାଏଲ ୧ ଏପ୍ରିଲରେ ହୋଇଥିବା ଏୟାର ଷ୍ଟ୍ରାଇକର ଦାୟିତ୍ବ ନେଇନଥିଲା କିନ୍ତୁ ଇରାନ ଏହି ଆକ୍ରମଣରେ ଇସ୍ରାଏଲକୁ ଦୋଷୀ ବୋଲି କହିବା ସହ ଆକ୍ରମଣର ଚେତାବନୀ ଦେଇଥିଲା ।

Comments are closed, but trackbacks and pingbacks are open.