ସୌମ୍ୟ ମୃତ୍ୟୁ ମାମଲା : ସନ୍ଦେହରେ ଡିଏଫଓଙ୍କ ଭୂମିକା

24

ଦିନ ତମାମ ସୌମ୍ୟଙ୍କ ଘରକୁ ଯାଇ ତଦନ୍ତ ଚଳାଇଲା ପୋଲିସ । ଖୋଦ କ୍ରାଇମବ୍ରାଞ୍ଚ ଡିଏସପି ଦୁଇ ଦୁଇ ଥର ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଗଲେ। ସୌମ୍ୟ ଙ୍କୁ କେଉଁଠି ପୋଡାଗଲା ତାର ଅନୁଧ୍ୟାନ କଲେ। କିନ୍ତୁ କଣ ପାଇଁ ଡିଏଫଓଙ୍କୁ ପଚରାଉଚୁରା କରାଯାଉନି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି I ଜଣେ ପୋଡିଗଲା ସମୟ ରେ ଘରେ କଣ କେହି ନ ଥିଲେ ,ପୁଣି ଜଣେ ଲୋକ ପୋଡିଯିବା ସମୟରେ ,ନିଜ ଜୀବନ ବଞ୍ଚାଇବାକୁ ଘର ଭିତରେ ଏଣେତେଣେ ଦୌଡିବ ଏବଂ ତା ଦେହ ରୁ ନିଆଁ ଲାଗି ଘରେ ଥିବା ଅନ୍ୟାନ୍ୟ ଜିନିଷ ପତ୍ର ମଧ୍ୟ ପୋଡିଯିବ,କିନ୍ତୁ ସୌମ୍ୟ ଙ୍କ କ୍ଷେତ୍ର ରେ ଏହା କିଛି ଘଟି ନାହିଁ ପୁଣି ଘରେ ଲାଗିଥିବା ପରଦା ଏବଂ ପାଖରେ ଥିବା ଏକ ପ୍ଲାଷ୍ଟିକ ମୁଢି ଡବା ଏକ ଲ୍ୟାମ୍ପ ମଧ୍ୟ ଅକ୍ଷତ ଥିବା ର ଦେଖିବାକୁ ମିଳିଥିଲା ,ସୌମ୍ୟ ଜଳୁଥିବା ସମୟ ରେ ତାଙ୍କ ପତ୍ନୀ କଣ କରୁଥିଲେ ,ପୁଣି ସୌମ୍ୟ ଙ୍କୁ ହସ୍ପିଟାଲ ନେଉଥିବା ଆମ୍ବୁଲାନ୍ସ ଡିଏଫଓ ଙ୍କ ଘର ନିକଟରେ କଣ ପାଇଁ ଅଟକିଥିଲା I ଏହି ସବୁ ଘଟଣା ପାଇଁ ଡିଏଫଓ ଏବେ ସନ୍ଦେହ ଘେର ରେ ଅଛନ୍ତି I ଯଦିଓ ପୂର୍ବରୁ ଡିଏଫଓ ଙ୍କୁ କ୍ଲିନଚିଟ ମିଳିସାରିଛି,ଯଦିଓ ପୂର୍ବରୁ ତଦନ୍ତ କରି ତାଙ୍କୁ ତରବରିଆ ଭାବରେ କ୍ଲିନଚିଟ ଦିଆଯାଇଛି ତେଣୁ ପୂର୍ବରୁ ତଦନ୍ତ କରୁଥିବା ଅଫିସର ଙ୍କୁ ମଧ୍ୟ ପଚରାଉଚରା କରାଯାଉ ବୋଲି ସୌମ୍ୟାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ଜଣାଇଛନ୍ତି I

Leave A Reply

Your email address will not be published.