ମାଟି କାମୁଡ଼ିଲା ସିଂହଳୀ; ୫୦ରେ ସବୁ ଆଉଟ

31

କଲମ୍ବୋ: ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ୧୦ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତ ସମ୍ମୁଖରେ ୫୧ ରନର ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ମାତ୍ର ୬.୧ ଓଭରରେ ଏହାକୁ ହାସଲ କରି ନେଇଥିଲା । ଶୁଭମନ ଗିଲ ୨୭ ଓ ଈଶାନ କିଶାନ ୨୩ ରନ କରି ଅପରାଜିତ ରହିଥିଲେ । ଭାରତ ୮ମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି ।

କଲମ୍ବୋରେ ଆଜି ସିରାଜ ଝଡ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମହମ୍ମଦ ସିରାଜଙ୍କ ବୋଲିଂର ସାମ୍ନା କରି ନ ପାରି ୧୫.୨ ଓଭରରେ ୫୦ ରନରେ ସୀମିତ ହୋଇ ଯାଇଥିଲା । ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ ଯଶପ୍ରୀତ ବୁମରାହ ଗୋଟିଏ ୱିକେଟ ନେଇଥିଲେ । କୁଶଳ ମେଣ୍ଡିସ ୧୭ ଓ ଦୁଷାନ ହେମନ୍ତ ୧୩(ନଟଆଉଟ)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଭାରତ ବିପକ୍ଷରେ ଏହା ସର୍ବାଧିକ କମ ଦିନିକିଆ ସ୍କୋର ।

ଏହା ପୂର୍ବରୁ ୨୦୧୪ରେ ବାଂଲାଦେଶ ମୀରପୁରରେ ୫୮ ରନ କରିଥିଲା । ସେହିପରି ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ଶାରାଜାହରେ ୫୪ ରନରେ ଅଲଆଉଟ ହୋଇ ଯାଇଥିଲେ । ଏସିଆ କପରେ ସର୍ବନିମ୍ନ ସ୍କୋରର ଅଲୋଡା ରେକର୍ଡ ଏବେ ଶ୍ରୀଲଙ୍କା ନାମରେ ଲିପିବଦ୍ଧ ହୋଇଛି ।

Comments are closed, but trackbacks and pingbacks are open.