ବ୍ରହ୍ମପୁରରେ ଛାନ୍‌ଭିନ୍ କଲା କ୍ରାଇମବ୍ରାଞ୍ଚ ଟିମ୍

15

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଗୋପଳ ଦାସଙ୍କ ମାମଲାରେ ତଦନ୍ତ ପାଇଁ ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମୁପର ଛାଡିଛନ୍ତି । ସେଠାରେ ଗୋପଳଙ୍କ ପରିବାର ଲୋକ ଓ ପଡୋଶୀଙ୍କୁ ପଚରାଉଚୁରା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର । ଆବଶ୍ୟକ ପଡିଲେ ପୁଣି ଥରେ ବ୍ରହ୍ମପୁର ଯାଇ ପଚରାଉଚୁରରା କରିବ ବୋଲି ସେ କହିଛନ୍ତି । ଗୋପାଳ ଦାସଙ୍କ ପରିବାରକୁ ପଚରାଉଚୁରା କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁର ଯାଇଥିଲେ । ସେଠାରେ ୫ ଦିନଧରି ତଦନ୍ତ କରିଥିଲେ ।

ସେଠାରେ ଗୋପାଳଙ୍କ ପରିବାର ସଦସ୍ୟଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ଯାଞ୍ଚ ଓ ପଚରାଉଚୁରା ସମୟରେ କ’ଣ ତଥ୍ୟ ମିଳିଛି ସେନେଇ କିଛି କୁହାଯାଇନାହିଁ । ଅନ୍ୟପଟେ ଝାରସୁଗୁଡାରେ ପହଞ୍ଚିଛନ୍ତି ୪ଜଣିଆ ମନସ୍ତତ୍ତ୍ୱବିତ୍ ।

ଅଭିଯୁକ୍ତର ଗୋପଳର ମାନସିକ ସ୍ଥିତ ପରଖିବେ ୪ ଜଣ ଡାକ୍ତର । ଗୋପଳର ମାନସିକ ସ୍ଥିତି ଜାଣିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ମେଡିକାଲ ଟିମ୍ ।

Comments are closed, but trackbacks and pingbacks are open.