ବିମାନ ବନ୍ଦରରେ ଭିଡ଼ ନିୟନ୍ତଣ ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ, ଚେକ୍ ଇନ୍ କାଉଣ୍ଟର୍‌ରେ ଷ୍ଟାଫ୍ ବୃଦ୍ଧି ପାଇଁ ନିର୍ଦ୍ଦେଶ

26

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗତ କିଛିଦିନ ଧରି ଦେଖାଦେଉଥିବା ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚେକ୍ ଇନ୍ କାଉଣ୍ଟର୍‌ରେ ଷ୍ଟାଫ୍ ବୃଦ୍ଧି ପାଇଁ ସମସ୍ତ ଏୟାର ଲାଇନ୍ସ କମ୍ପାନୀକୁ ମଙ୍ଗଳବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ କମ୍ପାନୀଙ୍କୁ ପତ୍ର ଲେଖି କହିଛି କେତେକ ବିମାନ ବନ୍ଦରର ଚେକ୍ ଇନ୍ କାଉଣ୍ଟରରେ ଯାତ୍ରୀଙ୍କ ନିମନ୍ତେ କୌଣସି ନିର୍ଦ୍ଦେଶ ଲେଖାଯାଇ ନାହିଁ । କେତେକ ସ୍ଥାନରେ ଅପର୍ଯ୍ୟାପ୍ତ ଏବଂ ଆଉ କେତେକରେ ଷ୍ଟାଫ୍ ମଧ୍ୟ ଉପସ୍ଥିତ ରହୁନାହାନ୍ତି । ଫଳରେ ଖାସ୍‌କରି ସକାଳ ସମୟରେ ଯାତ୍ରୀଙ୍କ କୋଳାହର ସ୍ଥିତି ଉତ୍ପନ୍ନ ହେବା ସହ ଯାତ୍ରୀ ହଇରାଣ ହେଉଛନ୍ତି । ଚେକ୍ ଇନ୍ ଏବଂ ବ୍ୟାଗେଜ୍ ଡ୍ରପ୍ କାଉଣ୍ଟର୍‌ରେ ପର୍ଯ୍ୟାପ୍ତ ମ୍ୟାନ୍ ପାୱାର୍ ମୁତୟନ କରିବାକୁ ପତ୍ରରେ କୁହାଯାଇଛି । ଏହା ବ୍ୟତୀତ ବିମାନ ବନ୍ଦରର ପ୍ରବେଶ ଗେଟ୍‌ରେ ୱେଟିଂ ସମ୍ବନ୍ଧିତ ରିୟଲ୍ ଟାଇମ୍ ତଥ୍ୟ ଏୟାରଲାଇନ୍ସ ନିଜ ସୋସିଆଲ୍ ମିଡିଆ ଫିଡ୍ସରେ ଅପ୍‌ଡେଟ୍ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପତ୍ରରେ ସରକାର କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ପାଳନକୁ ସୁନିଶ୍ଚିତ କରିବାକୁ କହିଛନ୍ତି । ବିମାନ ବନ୍ଦରରେ କୋଳାହଳ ସ୍ଥିତିକୁ ଏଡ଼ାଇବା ସହ ଯାତ୍ରୀମାନେ ଯେପରି ହଇରାଣ ନୁହନ୍ତି ତାହା ସୁନିଶ୍ଚିତ କରିବା ସକାଳେ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳିବାକୁ ମନ୍ତ୍ରଣାଳୟ ପକ୍ଷରୁ ମାନିବାକୁ କୁହାଯାଇଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ଅଚାନକ ଦିଲ୍ଲୀ ବିମାନ ବନ୍ଦର ଗସ୍ତ କରିଥିଲେ । ସୋମବାର ସକାଳେ କେତେକ ଅଧିକାରୀଙ୍କ ସହିତ ବିମାନ ବନ୍ଦରର ଟର୍ମିନାଲ୍‌-୩ର ନିରୀକ୍ଷଣ ନିମନ୍ତେ ପହଞ୍ଚିଥିଲେ । ଏହି ଅବସରରେ ସେ କେତେକ ପରାମର୍ଶ ଦେଇ ଏହାକୁ ତୁରନ୍ତ ଲାଗୁ କରିବା ଉପରେ ଜୋର୍ ଦେଇଥିଲେ । ଏହାପରେ ନୂଆ ଗାଇଡ୍‌ଲାଇନ୍ସ ଜାରି କରାଯାଇଥିଲା । ଏହି ଗାଇଡ୍‌ଲାଇନ୍ସ ଅନୁସାରେ ପ୍ରବେଶ ଗେଟ୍‌ରେ ଏକ ଡିଜିଟାଲ୍ ଡିସ୍‌ପ୍ଲେ ଲଗାଯିବ । ସେଥିରେ ୱେଟ୍ ଟାଇମ୍‌ର ସୂଚନା ଦିଆଯିବ । ସେହିପରି କୌଣସି ଗେଟ୍‌ରେ ଅଧିକ ଭିଡ଼ ନହେବା ପାଇଁ କମାଣ୍ଡ୍ ସେଣ୍ଟର୍‌ର ମଧ୍ୟ ଗଠନ କରାଯିବ । ଯାତ୍ରୀଙ୍କୁ ଯେପରି ଅଧିକ ସମୟ ଅପେକ୍ଷା କରିବାକୁ ନପଡ଼େ ସେଥିପାଇଁ ସ୍ଥାନେ ସ୍ଥାନେ କ୍ରାଉଡ୍ ମ୍ୟାନେଜର ମୁତୟନ କରାଯିବ । ସେହିପରି ଏୟାଇଲାଇନ୍ସକୁ ମଧ୍ୟ ଲଗାତାର ଭିଡ଼ ସମ୍ପର୍କରେ ଅପ୍‌ଡେଟ୍ ଦିଆଯିବ । ଏପରି ହେଲେ ଲମ୍ବାଧାଡ଼ିରୁ ମୁକ୍ତି ମିଳିବ ।

Comments are closed, but trackbacks and pingbacks are open.