ପୁରୀବାସୀଙ୍କୁ ରେଳମନ୍ତ୍ରୀଙ୍କ ଭେଟି , ପୁରୀକୁ ଗଡିବ ବନ୍ଦେ ଭାରତ ଟ୍ରେନ୍,

29

ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ ଆଜି ପୁରୀ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ପତିତପାବନଙ୍କ ଦର୍ଶନ କରିଛନ୍ତି । ତେବେ ଗସ୍ତ ସମୟରେ ପୁରୀବାସୀଙ୍କୁ ଖୁସିଖବର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ପୁରୀକୁ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ ବୋଲି କହିଛନ୍ତି ଅଶ୍ୱିନୀ । ଏହାସହ ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡି ହୋଇ ରହିଥିବାରୁ ରେଳପଥର ବିକାଶ ପାଇଁ ପୁରୀ-କୋଣାର୍କ ରେଳ ଲାଇନର ନିର୍ମାଣ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି । ଏହାଛଡା ଶ୍ରୀକ୍ଷେତ୍ର ପୁରୀ ସହ ସାଂସ୍କୃତିକ ଓ ଓଡ଼ିଶାବାସୀଙ୍କ ଭାବାବେଗ ଯୋଡି ହୋଇ ରହିଥିବାରୁ ଏଠାରେ କଣ ବିକାଶ କରାଯାଇପାରିବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଶ୍ୱିନୀ ।
ସେହିଭଳି ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ୱତନ୍ତ୍ର ଭୂମିକା ସୃଷ୍ଟି କରିଛି Iଏଠାରେ ହେବାକୁ ଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ । ଏହାସହିତ ବକୁଳବନ ବିଶ୍ୱବିଦ୍ୟାଳୟକୁ ନୂଆ ଶିକ୍ଷାନୀତିର ପ୍ରୟୋଗଶାଳା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟର ୫୦ହଜାର ଗାଁକୁ ଇଂଟରନେଟ ସୁବିଧା ଯୋଗାଇ ଦିଆଯିବ ଏବଂ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରାଯିବ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.