ପଦ ଛାଡିଲେ ପ୍ରଶାନ୍ତ

15

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ସୂଚିତ କରିଦେଇଛନ୍ତି। ତେବେ ସୁତ୍ରରୁ ମିଳୁଥିବା ସୂଚନାରୁ ଯଦିଓ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜର ପରାମର୍ଶଦାତା ନିଯୁକ୍ତ କରିଥିଲେ ହେଲେ ନିଯୁକ୍ତି ଦିନଠାରୁ ଏପର୍ଯ୍ୟନ୍ତ ଦିନକ ଲାଗି ତାଙ୍କ ସହ ପରାମର୍ଶ ମଧ୍ୟ କରି ନାହାନ୍ତି। ଏଣୁ ପଦବୀରେ ଥାଇ ମଧ୍ୟ ପ୍ରଶାନ୍ତ କେବେ ଦାୟିତ୍ୱ ହିଁ ଗ୍ରହଣ କରି ନଥିଲେ। ଗତ ମାର୍ଚ୍ଚ ୨ ତାରିଖରେ ପ୍ରଶାନ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ସେବେଠାରୁ ତାଙ୍କୁ ରାଜ୍ୟରେ କ୍ୟାବିନେଟ୍‌ ପାହ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ବାଦେ ସେ ପଦରୁ ଇସ୍ତଫା ଦେଇଥିବା ବେଳେ ଏଥିଲାଗି କାରଣ ମଧ୍ୟ ଦର୍ଶାଇଛନ୍ତି। ପ୍ରଶାନ୍ତ କିଶୋର କଂଗ୍ରେସ ରେ ଯୋଗ ଦେଇ ପାରନ୍ତି ବୋଲି ଶୁଣାଯାଉଛି I

Leave A Reply

Your email address will not be published.