ତେଲ ଟ୍ୟାଙ୍କର – ବସ ଧକ୍କାରେ ୫ ମୃତ

37

ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଓଭରଟେକ ହେଲା କାଳ I ଏକ ଟ୍ରକକୁ ଓଭରଟେକ କରି ଯାଉଥିବାବେଳେ ଯାତ୍ରୀବାହୀ ବସକୁ ସାମ୍ନାପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର I ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୦ରୁ ଉର୍ଧ୍ଵ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଆଜି ସକାଳୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ କଞ୍ଜୁରୁ ଛକଠାରେ I

ଆଜି ସକାଳୁ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମାନ୍ୟଵର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି I

ସୂଚନାନୁସାରେ,ଆଜି ସକାଳୁ ‘ଖମ୍ବେଶ୍ୱରୀ’ ନାମକ ଯାତ୍ରୀବାହୀ ବସ୍‌ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କର ଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ କୁଞ୍ଜୁର ଛକରେ ତେଲ ଟ୍ୟାଙ୍କର ଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ଟି ଯାକ ଗାଡି ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲେ। ଏହି ସମୟରେ ବସ୍ ତଳେ ଚାପି ହୋଇ ଚା ପିଉଥିବା ୩ଜଣ ଏବଂ ବସ ଭିତରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ୨ଟି ଗାଡି ଦୁର୍ଘଟଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Comments are closed, but trackbacks and pingbacks are open.