ଜୟପୁରରେ ଜମୁଛି ପୌର ନିର୍ବାଚନ ପ୍ରଚାର

25

ପଂଚାୟତ ନିବାଚନରେ କଂଗ୍ରେସ କେବଳ ଗୋଟିଏ ଜିଲ୍ଲା କୋରାପୁଟରେ ନିଜର ସମ୍ମାନ ରକ୍ଷା କରିଥିଲା । ୨୯ ଜିଲ୍ଲା ପରିଷଦ ଆସନରୁ ଦଳ ୧୨ଟି ଜିତିଥିବା ବେଳେ ବିଜେଡି ୧୬ଟି ଆସନରେ ବିଜୟୀ ହୋଇଥିଲା । ସେହିପରି ଏଥର ଜୟପୁର ପୌର ନିର୍ବାଚନରେ ମଧ୍ୟ ଉଭୟ ଦଳ ଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

ପୌର ନିର୍ବାଚନ ପାଇଁ ନିର୍ବାଚନ ମୈଦାନ ରେ ନେତାଙ୍କର ଭିଡ଼ ଲାଗିଗଲାଣି I ଏଥର ମଧ୍ୟ କଂଗ୍ରେସ ଓ ବିଜେଡି ଦଳ ପରସ୍ପର ମୁଖ୍ୟ ପ୍ରତିଦ୍ବନ୍ଦୀ ହେବେ ବୋଲି ଜଣା ପଡିଛି ଶାସକ ବିଜେଡ଼ି ପ୍ରତି ସାହିରେ ବାସିନ୍ଦାକୁ ଏକତ୍ରୀତ କରି ବୈଠକ କରୁଥିବା ବେଳେ କଂଗ୍ରେସର ମଙ୍ଗ ଧରିଛନ୍ତି ଜୟପୁର ବିଧାୟକ ତାରା ବାହିନିପତି । ଲୋକଙ୍କ ନିକଟତର ହେବାକୁ କାହାକୁ ଆଲିଙ୍ଗନ କରୁଛନ୍ତି, କେତେବେଳେ ନାଚୁଛନ୍ତି ତ କାହାର ଗୋଡ଼ ଛୁଇଁ ଭୋଟ ଭିକ୍ଷା କରୁଛନ୍ତି ବିଧାୟକ । ଲୋକଙ୍କ ସମର୍ଥନ ରହିଛି ତେଣୁ ନିଶ୍ଚିତ ଜିତିବୁ ବୋଲି କହିଛନ୍ତି ତାରା । ଜୟପୁର ପୌର ପାଳିକାରେ ୨୮ ଟି ୱାର୍ଡ଼ରେ ୬୩ ହଜାର ୧୯୨ ଭୋଟର ଅଛନ୍ତି । ସେଥିରୁ ତେଲୁଗୁ ଭୋଟରଙ୍କ ସଂଖ୍ୟା ଅଧିକା ରହିଥିବାରୁ ଏମାନଙ୍କ ଭୋଟ ନିର୍ଣ୍ଣୟକ ଭୁମିକା ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି । ଜୟପୁର ପୌର ପାଳିକା ଅଧକ୍ଷ ପଦ ପାଇଁ ମୋଟ ୧୯ ଜଣ ପ୍ରାର୍ଥୀ ହୋଇଥିବା ବେଳେ କାଉଁସିଲର ପାଇଁ ୧୧୮ ଜଣ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ସମାଜସେବାରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ୱାଧିନ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀଙ୍କୁ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । କେଉଁ ପ୍ରାର୍ଥୀଙ୍କ ଉପରେ ଲୋକ ବିଶ୍ୱାସ କରିବେ ଏବଂ ଭୋଟ ଦେବେ ତାହା ନିର୍ବାଚନ ଫଳାଫଳ ଆସିଲେ ହିଁ ଜଣାପଡିବ ।

Comments are closed, but trackbacks and pingbacks are open.