କଳିଙ୍ଗ ଷ୍ଟାଡିଅମ ଛକ ରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଆହତ ଯୁବକ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି

21

ପାର୍ବଣ ସମୟରେ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଆଜିଠାରୁ ଟ୍ୱିନ ସିଟିରେ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେଉଛି ଇ ଠିକ ରାତ୍ରି ୮ ତା ପୂର୍ବରୁ ରାଜଧାନୀ କଳିଙ୍ଗ ଷ୍ଚାଡିୟମ୍‌ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି I ୧୦ରୁ ଅଧିକ ଲୋକ ମିଶି ଏହି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ କମିସନରେଟ ପୋଲିସ ଗୁରତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି । ଗୁରୁତରଙ୍କ ନାମ ବବୁଲ୍‌ ସାମନ୍ତରାୟ । ତେବେ ଘଟଣା ସ୍ଥଳରେ ନୟାପଲ୍ଲୀ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନୟାପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ ୪ ନମ୍ୱର ଖେଳ ପଡ଼ିଆକୁ ଯାଇଥିଲେ। ସେ ସେହି ପଡ଼ିଆରେ ବସିଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଶଳ କ୍ରମେ ସେ ଖସି ଆସିଥିଲେ। ଆଜି ବବୁଲ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୧୫ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଏପରିକି ବବୁଲଙ୍କ ବାଇକ୍‌କୁ ପିଟି ଭାଙ୍ଗି ଦେଇଛନ୍ତି। ତେବେ ସ୍ଥାନୀୟ ଲୋକେ ବାହାରି ଆସିବାରୁ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେକିଛି ଦିନ ଭିତରେ ରାଜଧାନୀ ଅଧିକ ଅଶାନ୍ତ ହୋଇ ଉଠିଛି I ଭୁବନେଶ୍ୱରେ ଦିନକୁ ଦିନ ଆତଙ୍କରାଜ ବୃଦ୍ଧି ପାଇବାରେ ଲାଗିଛି । ଲୁଟତରାଜ ସହ ବାରମ୍ୱାର ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି ।
ସେହିପରି ଗତ କାଲି ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ବଡ଼ ପୁଅ ର ମୃତ ଦେହ ପାତ୍ରପଡା ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି ହୋଇଛି ,ଏ ଘଟଣାର ଖୋଳତାଡ଼ ପୋଲିସ ଜାରିରଖିଥିବା ବେଳେ ଆଜି ପୁଣି ଆଉ ଏକ ଘଟଣା ଘଟି ଯାଇଛି I

Leave A Reply

Your email address will not be published.