ଇସ୍ରାଏଲର ଧମକ, ରକ୍ତରେ ସମୂଦ୍ର ଲାଲ ହେବ

61

ତେଲ ଅଭୀଭ: ଇସ୍ରାଏଲ ଏବେ ହମାସ ସହ ଯୁଦ୍ଧ କରୁଛି । ଇତି ମଧ୍ୟରେ ଲାଲ ସାଗରରେ ହୁତୀ ବିଦ୍ରୋହୀମାନେ ଲୁଟପାଟ ଜାରି ରଖିଛନ୍ତି । ଯାହାକୁ ନେଇ ଇସ୍ରାଏଲ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ଆନ୍ତର୍ଜାତୀୟ ସମୂହ ଏହି ବିଦ୍ରୋହୀଙ୍କ ନ ରୋକିବେ ତେବେ ଆମେ ଆମ ଶୈଳୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଲାଲ ସାଗରକୁ ଲାଲ କରିବାରେ ଆମକୁ ବେଶୀ ସମୟ ଲାଗିବ ନାହିଁ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ବେଞ୍ଜାମିନ ନେତ୍ୟାନେହୁ ଆଲୋଚନା କରିଛନ୍ତି । ୟମନର ହୂତୀ ବିଦ୍ରୋହୀ ଶିୟାଙ୍କର ରାଜନୈତିକ ଓ ସୈନ୍ୟ ସଂଗଠନ ଭାବେ ପରିଚିତ ।୨୦୧୪ରୁ ସାଉଦି ଆରବ ସମର୍ଥକ ଗଠବନ୍ଧନ ବିରୋଧରେ ସେମାନେ ଗୃହଯୁଦ୍ଧ ଚଳାଇ ଆସିଛନ୍ତି । ଏମାନଙ୍କୁ ଇରାନ ଭରପୂର ସହଯୋଗ କରି ଆସୁଛି ।

ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ହୂତୀମାନେ ସମୂଦ୍ରରେ ଚଳ ଚଂଚଳ ରହିଛନ୍ତି । ନିକଟରେ ଆମେରିକା ସେନା ଦକ୍ଷିଣ ଲାଲ ସାଗରରେ ହୂତୀଙ୍କ କେତେକ ଡ୍ରୋନ ମାରି ଖସାଇ ଦେଇଥିଲେ । ଇସ୍ରାଏଲର ଧମକ ପରେ ହୂତୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇନି ।

Comments are closed, but trackbacks and pingbacks are open.