ଆଜି ଠାରୁ ଆରମ୍ଭ ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ ଯୋଜନା

25

ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ ଯୋଜନା ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ୫୦ଟି ହାଇସ୍କୁଲ ସ୍ମାର୍ଟ କରାଯାଇଛି । ୫ଟି ପର୍ଯ୍ୟାୟରେ ୧୦୮ ବିଧାୟକ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ଏହା ପରେ ବିଧାୟକମାନେ ନିଜ ନିଜ ନିର୍ବାଚନୀ କ୍ଷେତ୍ରରେ ଏପରି ପ୍ରକଳ୍ପର ଆରମ୍ଭ କରିବେ ।
– ୨୧, ୨୩, ୨୬, ୨୮ ଓ ୩୦ ତାରିଖରେ ସ୍କୁଲ ପରିଦର୍ଶନ କରିବେ ବିଧାୟକ
– ହିଂଜିଳିକାଟୁ ଓ ଶେରଗଡ଼ ବ୍ଲକର ୫୦ଟି ହାଇସ୍କୁଲରେ ରୂପାନ୍ତରୀକରଣ ଦେଖିବେ
– ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରେଟୋରୀ ରହିଛି
ସ୍ୱଚ୍ଛ ପାନୀୟ ଜଳ, ଶୌଚାଳୟ, ଖେଳିବା ପାଇଁ ସୁବିଧା ସହ ବୃକ୍ଷରୋପଣ କରାଯାଇଛି
– ପିଲାମାନଙ୍କ ନିକଟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପହଂଚାଇବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର
– ଯୋଜନା ଓ କାର୍ଯ୍ୟକାରିତାରେ କମ୍ୟୁନିଟି, ଆଲୁମିନି, ପିଆରଆଇ ଓ ସ୍କୁଲ କମିଟି ସାମିଲ
– ରେକର୍ଡ ସମୟରେ ୫୦ଟି ହାଇସ୍କୁଲକୁ ସ୍ମାର୍ଟ କରାଯାଇଛି
– ଗତ ୧୫ ଓ ୧୬ ତାରିଖରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ ସ୍କୁଲ ଗସ୍ତ କରି ସମୀକ୍ଷା କରିଥିଲେ

Leave A Reply

Your email address will not be published.