ଅତିକ୍ ଅହମ୍ମଦଙ୍କୁ ଗୁଳି କରିଥିବା ଲଭଲେଶଙ୍କ ପିତାଙ୍କ ବଡ଼ ବୟାନ

16

ନୂଆଦିଲ୍ଲୀ : ଶନିବାର ରାତିରେ ପ୍ରୟାଗରାଜରେ ମାଫିଆରୁ ରାଜନେତା ବନିଥିବା ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ୩ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଛନ୍ତି। ଅତିକ୍ ଏବଂ ଆଶ୍ରଫଙ୍କୁ ମେଡିକାଲ ଚେକ ଅପ ପାଇଁ ପୋଲିସ କଲଭିନ ହସ୍ପିଟାଲରେ ପହଞ୍ଚିଥିଲା, ସେହି ସମୟରେ ଅତିକ୍ ଅହମ୍ମଦ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଉଥିଲା I ଠିକ ସେତିକିବେଳେ ତିନିଜଣ ଆକ୍ରମଣକାରୀ ସାମ୍ବାଦିକ ବେଶରେ ଆସି ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟତମ ଅପରାଧୀ ଲଭଲେଶ ତିୱାରୀଙ୍କ ପିତା ବର୍ତ୍ତମାନ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି I ସେ ଲଭଲେଶଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ତାଙ୍କ ପୁଅ ପୂର୍ବରୁ ମଧ୍ୟ ଜେଲ ଯାଇଥିବା କଥା ଲଭଲେଶ ତିୱାରୀଙ୍କ ପିତା ପ୍ରକାଶ କରିଛନ୍ତି I ସେ ରାସ୍ତା ମଝିରେ ଜଣେ ଝିଅକୁ ଚାପୁଡ଼ା ମାରିବା ଅଭିଯୋଗ ରେ ଜେଲ ଯାଇ ୪-୫ଦିନ ପୂର୍ବରୁ ଜାମିନରେ ଆସିଥିଲେ I ଏହି ଘଟଣା ବର୍ତ୍ତମାନ ବିଚାରାଧୀନ ଥିବାବେଳେ ସେ ପୁଣି ଆଉ ଏକ ହତ୍ୟାକାଣ୍ଡ ଘଟାଇଛନ୍ତି I ଏହି ଘଟଣାରେ ପୁଅ ସହ ତାଙ୍କର କୌଣସି ସମ୍ପର୍କ ନଥିବା କଥା ସେ ଦୋହରାଇଛନ୍ତି ଇ ସୂଚନାନୁସାରେ ତାଙ୍କର ୫ ପୁଅ ମଧ୍ୟରୁ ଲଭଲେଶ ହେଉଛନ୍ତି ୩ୟ I ତେବେ ହତ୍ୟାକାଣ୍ଡ ଘଟାଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ କେହି ମଧ୍ୟ ପ୍ରୟାଗରାଜ ର ନୁହଁନ୍ତି I ଏହି ୩ ଜଣ ହେଉଛନ୍ତି ଲଭଲେଶ୍ ତିୱାରୀ, ୟୁପିରେ ବୃନ୍ଦା ନିବାସୀ। ଦ୍ୱିତୀୟ ଅରୁଣ ମୌର୍ଯ୍ୟ ହମିରପୁରର ହୋଇଥିବାବେଳେ ତୃତୀୟ ଆକ୍ରମଣକାରୀ ସନ୍ନି କସଗଞ୍ଜ ଜିଲ୍ଲାର ବାସିନ୍ଦା।

ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରାଫ ଅହମ୍ମଦଙ୍କୁ ହତ୍ୟା କରିବାକୁ ଏହି ୩ ଜଣ ସାମ୍ବାଦିକ ବେଶରେ ଆସିଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚି ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରାଫ ଅହମ୍ମଦଙ୍କ ଠାରୁ ବାଇଟ ନେବା ପାଇଁ ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ତିନିଜଣ ଅତିକ୍ ଏବଂ ଆଶ୍ରାଫଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ।

ପୋଲିସର ବଡ ସୂତ୍ରରୁ ଜଣାପଡିଛି ଯେ, ଏହି ତିନି ଅଭିଯୁକ୍ତ ନିଜକୁ ପ୍ରସିଦ୍ଧ କରିବାକୁ ଚାହୁଁଥିଲେ ଏବଂ ଅପରାଧ ଜଗତରେ ସେମାନଙ୍କ ନାମ ଅର୍ଜନ କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ମାଫିଆଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ କାବୁ କରିଥିବାବେଳେ ଜଣେ ବର୍ତ୍ତମାନସୁଦ୍ଧା ଫେରାର ରହିଛି I

ସେପଟେ ହତ୍ୟାକାଣ୍ଡ ପରେ ତୁରନ୍ତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜରୁରୀ ବୈଠକ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂପୂର୍ଣ୍ଣ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରହିବ ସେ ନେଇ ପଦକ୍ଷେପ ନେବାକୁ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Comments are closed, but trackbacks and pingbacks are open.