ଜିଲ୍ଲା ପରିଷଦର ଅଧ୍ୟକ୍ଷ ସଂରକ୍ଷଣ, ବିଜ୍ଞପ୍ତି ପ୍ରକାଶ କଲା ପଞ୍ଚାୟତିରାଜ ବିଭାଗ : ମହିଳାଙ୍କ ପାଇଁ ୧୫ ଜିଲ୍ଲା ସଂରକ୍ଷିତ

16

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ । ତେବେ ତାଲିକାକୁ ନେଇ ଯଦି କୌଣସି ଆପତ୍ତି ଥାଏ , ବିଜ୍ଞପ୍ତି ଅନୁସାରେ, ୧୦ ଦିନ ଯାଏ ଅଭିଯୋଗ ଗ୍ରହଣ କରାଯିବ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ ର , ପରାମର୍ଶ ଦେବାକୁ ଆହ୍ୱାନ କରାଯାଇଛି । ଲୋକମାନେ ଇ-ମେଲ ଦ୍ୱାରା ମଧ୍ୟ ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ ର , ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା​‌ ଅନୁସାରେ,

୭ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ,
୫ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ,
୧୦ ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ ରଖାଯାଇଛି
୫୦ ପ୍ରତିଶତ ବା ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ଅଣସଂରକ୍ଷିତ ପଦ- ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼. ବାଲେଶ୍ବର ଓ ସୋନପୁର ।

ସେହିପରି ମହିଳାଙ୍କ ପାଇଁ ସଂରକ୍ଷିତ- କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗିର, ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡ଼ା ଓ ସମ୍ବଲପୁର ।

ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ – କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ।

ଅନୁସୂଚିତ ଜାତି ପାଇଁ ସଂରକ୍ଷିତ – କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ, ଯାଜପୁର ।

Leave A Reply

Your email address will not be published.