ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ଙ୍କ ତରଫରୁ ଜେଡ୍‌ ପ୍ଲସ୍ ସୁରକ୍ଷା

20

ଦୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ୨୪ ଘଣ୍ଟିଆ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ତାଙ୍କ ନିରାପତ୍ତା ନିମନ୍ତେ ‘ସିଆର୍ ପିଏଫ୍ ’ କମାଣ୍ଡୋ ମୁତୟନ କରାଯାଇଛି I ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
ତେବେ ‘ଜେଡ୍ ପ୍ଲସ୍ ’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଏହି ‘ଜେଡ୍ ପ୍ଲସ୍ ’ ସୁରକ୍ଷାରେ ୧୫୦ରୁ ଅଧିକ ଯବାନ ନିୟୋଜିତ ରହିବେ । ଏମାନଙ୍କ ମଧ୍ୟରେ ୧୦ ଜଣ ଏନ୍‌ଏସ୍‌ଜି କମାଣ୍ଡୋ ଓ ୫ଟି ବୁଲେଟ୍‌ ପ୍ରୁଫ୍‌ ଗାଡି ରହିବ । ବାକି ସବୁ ସିଆରପିଏଫ୍‌ର ଯବାନ ରହିବେ ।

ସୂଚନାଯୋଗ୍ୟ ଯେ, ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି । ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଦ୍ବିତୀୟ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ ତେବେ ‘ଜେଡ୍ ପ୍ଲସ୍ ’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଏହି ‘ଜେଡ୍ ପ୍ଲସ୍ ’ ସୁରକ୍ଷାରେ ୧୫୦ରୁ ଅଧିକ ଯବାନ ନିୟୋଜିତ ରହିବେ । ଏମାନଙ୍କ ମଧ୍ୟରେ ୧୦ ଜଣ ଏନ୍‌ଏସ୍‌ଜି କମାଣ୍ଡୋ ଓ ୫ଟି ବୁଲେଟ୍‌ ପ୍ରୁଫ୍‌ ଗାଡି ରହିବ । ବାକି ସବୁ ସିଆରପିଏଫ୍‌ର ଯବାନ ରହିବେ ।

Comments are closed, but trackbacks and pingbacks are open.