କାଠଯୋଡି ନଦୀକୁ ଡେଇଁ ଯୁବକ ନିଖୋଜ

26

ଭୁବନେଶ୍ବର: କଟକ ସୁଭାଷ ସେତୁରୁ କାଠଯୋଡି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ । ସେତୁ ଉପରେ ରେନକୋର୍ଟ, ଚପଲ ଓ ମୋବାଇଲ୍ ରହିଛି । ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯୁବକ ଜଣକ ଜଟଣୀ ଅଞ୍ଚଳର ଲିପୁ ସାହୁ ବୋଲି ଜଣାପଡ଼ିଛି । ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ବାରଙ୍ଗ ପୁଲିସ ପହଞ୍ଚି ଛାନଭିନ୍ କରୁଛି । ତେବେ କେଉଁ କାରଣ ଯୁବକ ଜଣଙ୍କ ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ କାରଣ ଖୋଜା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଶନିବାର ସକାଳୁ ଜଟଣୀ ଅଞ୍ଚଳର ଲିପୁ ସାହୁ ନାମ ଜଣେ ଯୁବକ ସୁଭାଷ ସେତୁରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଛନ୍ତି। ବ୍ରିଜ୍ ଉପରେ ତାଙ୍କର ରେନ୍‌କୋର୍ଟ ,ଚପଲ ଓ ମୋବାଇଲ ପଡି ରହିଛି। ଏନେଇ ସ୍ଥାନୀୟଲୋକ ବାରଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ନଦୀରେ ପାଣିର ସ୍ରୋତ ଅଧିକ ଥିବାରୁ ଯୁବକ ଜଣକ ଅଧିକ ଦୂର ଭାସିଯାଇଥିବା ସନ୍ଦେହ କରାଯାଉଛି।
 

Comments are closed, but trackbacks and pingbacks are open.