ଭୋଟ୍ ଚୋରୀ ବିରୁଦ୍ଧରେ ଯୁବ କଂଗ୍ରେସର ଅଭିନବ ପଦକ୍ଷେପ, ଗାଡି ପଛରେ ମାରିଲେ ପୋଷ୍ଟର

234

ଭୁବନେଶ୍ବର : ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ପାତ୍ର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୋଟ୍ ଚୋରୀ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଏ ସଂକ୍ରାନ୍ତରେ ଏକ ପୋଷ୍ଟର ଜାରି କରିଛନ୍ତି। କଂଗ୍ରେସ ଭବନ ସମ୍ମୁଖ ରାସ୍ତାରେ ଲୋକମାନଙ୍କୁ ବୁଝାଯାଇ ସେମାନଙ୍କ ଗାଡିରେ “ଭୋଟ୍ ଚୋରି ବନ୍ଦ କର” ନାମକ ପୋଷ୍ଟର ମରାଯାଇଥିଲା । ଭୋଟ ଚୋରୀ ସଂପର୍କରେ ରାହୁଲ ଗାନ୍ଧୀଙ୍କର ଖୁଲାସାକୁ ସହରରୁ ପୁରପଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ଯୁବ କଂଗ୍ରେସ ପଥପ୍ରାନ୍ତ ସଭା କରିବା ପାଇଁ ନିଷ୍ପଭି ଗ୍ରହଣ କରିଛି। ଏଥିସହ ଭୋଟ ଚୋରିକୁ ନେଇ ଲିଫଲେଟ ମଧ୍ୟ ବଣ୍ଟନ କରାଯିବ। ଏହି ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ନିର୍ବାଚନ କମିଶନକୁ ଭୋଟ ଚୋରି ଭାବରେ ଯଦି ପ୍ରଶ୍ନ ପଚରା ଯାଉଛି ତେବେ ବିଜେପି ଛାତିରେ କ’ଣ ପାଇଁ ଯନ୍ତ୍ରଣା ହେଉଛି । ଏଥିରୁ ସ୍ପଷ୍ଟ ହୋଇପଡ଼ୁଛି ଯେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ନିର୍ବାଚନ କମିଶନ ମଧ୍ଯରେ ଏକ ବଡ଼ ଧରଣର ଡିଲ ହୋଇଯାଇଛି। ଯାହାଫଳରେ ଆଶ୍ଚର୍ଯ୍ୟଜନକ ଭାବେ ବ୍ୟାପକ ଭୋଟ ଚୋରି ହୋଇଛି। ଆଜିର କେନ୍ଦ୍ର ସରକାର ଓ ଓଡିଶା ସରକାର ଯାହା ବିଜେପି ନେତୃତ୍ବରେ ଗଢ଼ା ହୋଇଛି ତାହା ଏକ ନିର୍ବାଚିତ ସରକାର ନୁହେଁ, ବରଂ ଭୋଟ୍ ଚୋରୀରୁ ଗଠନ ହୋଇଥିବା ସରକାର । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଥିଲେ ଯେ, ନିର୍ବାଚନ କମିଶନ ଲୋକସଭାର ବିରୋଧ ଦଳର ନେତା ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅକ୍ଷମ । ରାହୁଲ ଗାନ୍ଧୀଙ୍କ କୋର୍ଟ କୋଚିରୀକୁ ଭିଡ଼ିବା ପାଇଁ ଧମକ ଦିଆଯାଉଛି । ବିଜେପି ଦଳର ନେତାମାନେ ଏହି ପ୍ରସଙ୍ଗକୁ ବିଭ୍ରାନ୍ତ କରିବା ପାଇଁ ଅବାନ୍ତର ପ୍ରଶ୍ନ କରୁଛନ୍ତି। କେତେବେଳେ ନେହେରୁଙ୍କ ଦୋଷ ଦିଆଯାଉଛିତ ତ କେତେବେଳେ ରାହୁଲ ଜୀଙ୍କୁ ଗାଳିଗୁଲଜ କରାଯାଉଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବିରୋଧ ଦଳର ନେତାଙ୍କୁ ନିର୍ବାଚନ କମିଶନଙ୍କର ଆଚରଣ ଓ ଉଚ୍ଚାରଣ ଯେଭଳି ଭାବରେ ପରିଲକ୍ଷିତ ହେଉଛି ତାହା ଶୁଭଙ୍କର ନୁହଁ । ବିହାରରେ ୬୫ ଲକ୍ଷ ଭୋଟରଙ୍କୁ ଯେଉଁଭଳି ଭାବରେ ଭୋଟ ଦାନରୁ ବଂଚିତ କରିବା ପାଇଁ ଷଡଯନ୍ତ୍ର କରାଯାଇଛି ତାହା ନିନ୍ଦନୀୟ। ମାନ୍ୟବର ସୁପ୍ରିମ୍‌କୋର୍ଟ ଏଥିରେ ହସ୍ତକ୍ଷେପ କରି ପୁଣି ଥରେ ଏହି ଭୋଟରମାନଙ୍କୁ ତଥ୍ୟ ଭରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ଯାହା ଅଭିଯୋଗ ହୋଇଛି ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ସଂନ୍ଧ୍ୟା ୫ ଟା ଠାରୁ ରାତି ୮ ଭିତରେ ୪୨ ଲକ୍ଷ ଭୋଟ ବଢ଼ିଗଲା । ଯାହାଫଳରେ ୨୧ ଟି ସଂସଦୀୟ କ୍ଷେତ୍ରରୁ ୨୦ ଟି ଆସନ ବିଜେପି ନେଇଗଲା। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ପାଇଥିଲା । ଅର୍ଥାତ ବିଜେଡ଼ି ୭୬୬ ଜିଲ୍ଲା ପରିଷଦ ଓ ବିଜେପି ମାତ୍ର ୪୬ ଟି ଜିଲ୍ଲା ପରିଷଦ ସିଟ୍ ପାଇଥିଲା । ସମାନ ଚିହ୍ନରେ ନିର୍ବାଚନ ଲଢ଼ି ବିଜେପି ହଠାତ୍ ଦେଢ଼ ରୁ ୨ ବର୍ଷ ଭିତରେ ୨୦ ଟି ସାଂସଦ ପୋଛି ନେଲା। ସେହିଭଳି କର୍ଣାଟକର ଗୋଟିଏ ବିଧାନସଭା ସିଟ୍ କେଉଁଭଳି ଭାବରେ ୫ଟି ପ୍ରକ୍ରିୟାରେ ୧ ଲକ୍ଷ ଭୋଟ ଚୋରି କରାଯାଇଛି ତା’ର ଉଦାହରଣ ଦେଇଥିଲେ। ଜାତୀୟ ଗଣମାଧ୍ୟମ ମଧ୍ଯ କର୍ଣାଟକ ଯାଇ ଦେଖୁଥିଲେ ଯେ ଦୁଇ ଜଣ ରହୁଥ‌ିବା ଗୋଟିଏ ପରିବାରରେ ୮୦ ଜଣ ବେନାମୀ ଭୋଟର ଅଛନ୍ତି। ସେହିଭଳି ବିବହାରରେ ମଧ୍ୟ ଅନେକ ଭୋଟ ଦାତାଙ୍କ ଘର ନଂ ଶୂନ । ମହାରାଷ୍ଟ୍ରରେ ମଧ୍ଯ ଅଭିଯୋଗ ହୋଇଛି ଯେ ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନର ୬ ମାସ ସମୟ ବ୍ୟବଧାନ ଭିତରେ ୪୫ ଲକ୍ଷ ଉର୍ଦ୍ଧ୍ବ ଭୋଟ ବଢ଼ିଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଯୁବକ ମାନଙ୍କୁ ଭୋଟ ଦେବାର ଅଧିକାର ଦେବାକୁ ଯାଇ ଭୋଟ ଦେବାର ଅଧିକାରକୁ ୨୧ ବର୍ଷରୁ ୧୮ ବର୍ଷକୁ କମାଇ ଦେଇଥିଲେ । କିନ୍ତୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏ ଦେଶର ଯୁବକ ମାନଙ୍କର ଭୋଟକୁ ଅପହରଣ କରିନେଉଛନ୍ତି। ଭୋଟ ଚୋରି ମାଧ୍ଯମରେ ନିର୍ବାଚନ କମିଶନ ଆମର ସମ୍ମାନ, ସ୍ବାଭିମାନ ଏବଂ ଅଧୂକାରକୁ ଛଡେଇ ନେଇଛନ୍ତି। ଏହା ଦେଶବାସୀଙ୍କ ପ୍ରତି ବେଇମାନି ବୋଲି ସେ କହିଛନ୍ତି। ସୁତରାଂ ଭୋଟ ଚୋରି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ କଂଗ୍ରେସ ନିବେଦନ କରିଛନ୍ତି । ରାହୁଲ ଗାନ୍ଧୀ ନିର୍ବାଚନ କମିଶିନଙ୍କୁ ଯେଉଁ ତଥ୍ୟ ମାଗଛନ୍ତି ତାହା ତୁରନ୍ତ ଦିଆଯାଉ। ତଥ୍ୟ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ଯୁବ କଂଗ୍ରେସ ନିର୍ବାନ କମିଶନ ଓ ବିଜେପିର ସାଙ୍ଘାତିକ ଅପରାଧ ବିରୁଦ୍ଧରେ ନିରନ୍ତର ଆନ୍ଦୋଳନ କରିବ। ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ଅଭିଜିତ ଜେନା, ଜାଭେଦ୍ ଅକ୍ତାର, ମହମ୍ମଦ ଗୁଲଫାମ୍ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।

12 Comments
  1. kamagra prix canada

    générique le moins cher kamagra

  2. online order enclomiphene cheap pharmacy

    order enclomiphene generic sale

  3. cheap androxal buy dallas

    cheap androxal online mastercard accepted

  4. can i get flexeril cyclobenzaprine at at wal-mart store without a prescrition

    buy flexeril cyclobenzaprine hawaii online

  5. buying gabapentin american pharmacy

    discount gabapentin buy virginia

  6. cheap generic fildena in canada

    online order fildena price generic

  7. itraconazole hong kong where to buy

    buying itraconazole ireland over the counter

  8. staxyn without prescription mexico

    purchase staxyn generic in usa

  9. cheapest buy avodart generic pricing

    cheap avodart usa suppliers

  10. purchase rifaximin australia over the counter

    buy cheap rifaximin generic uk

  11. purchase xifaxan cheap store

    buying xifaxan uk generic

  12. kamagra hubnutí

    objednání kamagra online bez lékařského předpisu

    nejlepší lékárna cena za kamagra

Comments are closed, but trackbacks and pingbacks are open.