ଦେହରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଲେ ଯୁବତୀ

19

ବ୍ରହ୍ମପୁର: ପେଟ୍ରୋଲ ଢାଳି ବିବାହିତା ମହିଳାଙ୍କ ଆତ୍ମହୂତି ଅଭିଯୋଗ। ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ବାସୁଦେବ ନଗରରେ ଜଣେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଉଛନ୍ତି ରାଜଲକ୍ଷ୍ମୀ ମିଶ୍ର, ବୟସ ୨୪ | ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ପ୍ରାୟ ୬୦ ଭାଗ ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆଜକୁ ଦୁଇ ବର୍ଷ ତଳେ ରାଜଲକ୍ଷ୍ମୀ କାଳୀ ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ । କିଛି ମାସ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ହୋଇ ବିବାହ ବିଚ୍ଛେଦ ହେବାକୁ ଯାଉଥିଲା । ଆଜି ରାଜଲକ୍ଷ୍ମୀ ନିଜ ଶଶୁର ଘରକୁ ଯୌତୁକ ସାମଗ୍ରୀ ଫେରସ୍ତ ନେବାକୁ ଯାଇଥିଲେ । ହେଲେ ସେଠାରେ ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖବର ପାଇ ନିମାଖଣ୍ଡି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ରାଜଲକ୍ଷ୍ମୀ ନିଜ ବାପା ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଥିଲେ ।

Comments are closed, but trackbacks and pingbacks are open.