ଯୁବକଙ୍କ ଉନ୍ମକ୍ତ କାଣ୍ଡ : ନାବାଳିକା ର ବେକ କାଟି ଗାଁ ରେ ଧରି ବୁଲିଲା

25

କୁଚିଣ୍ଡା ରେ ଘଟିଛି ଏକ ଲୋମ ହର୍ଷଣକାରୀ ଘଟଣା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ I ସ୍ଥାନୀୟ ଜଣେ ଯୁବକ ପ୍ରଶାନ୍ତ ବଗାର ସେହି ଗ୍ରାମର ନବକିଶୋର ଧୁରୁଆଙ୍କ ୮ ବର୍ଷୀୟ ଝିଅ ପ୍ରଜାଲିନ କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏହାପରେ ଶିଶୁର କଟା ମୁଣ୍ଡ ଧରି ଗାଁରେ ବୁଲିଥିଲା ପ୍ରଶାନ୍ତ । ସୂଚନା ମୁତାବକ, ନବକିଶୋର ଧୁରୁଆଙ୍କ ୮ ବର୍ଷୀୟ ଝିଅ ପ୍ରଜାଲିନ ପାଖ ଚାଷ ଜମିକୁ ଶୌଚ ପାଇଁ ଯାଇ ଥିବା ସମୟରେ ପ୍ରଶାନ୍ତ ସେଠାରେ ପହଞ୍ଚି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥଲା। ଟାଙ୍ଗିଆ ଚୋଟରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। କେବଳ ଏତିକି ନୁହେଁ ହତ୍ୟା କରିବା ପରେ ପ୍ରଶାନ୍ତ କଟାମୁଣ୍ଡ ଧରି ଗାଁରେ ବୁଲିଥିଲା। ଏ ଭଳି ଭୟଙ୍କର ଦୃଶ୍ୟ ଦେଖି ଏନେଇ ଗ୍ରାମବାସୀ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଜମନକିରା ଆଇଆଇସି ପ୍ରେମଜିତ୍ ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ବଗାରକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ଘଟିବା ସମୟରେ ପ୍ରଜାଲିନର ପରିବାର ଲୋକେ ଘରେ ନ ଥିଲେ। ମହୁଲ ଗୋଟେଇ ବାକୁ ଜମିକୁ ଯାଇଥିଲେ।

Comments are closed, but trackbacks and pingbacks are open.