ବିନା ଡିପୋଜିଟ ରେ ଜନଧନ ଆକାଉଣ୍ଟ ରୁ ୧୦ହଜାର ଟଙ୍କା ଉଠାଇପାରିବେ

29

ଆପଣ ଯଦି ପିଏମ ଜନଧନ ଆକାଉଣ୍ଟ ରେ ଖାତା ଖୋଲିଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ରେ ଟଙ୍କା ନଥିଲେ ମଧ୍ୟ ଆପଣ ୧୦ହଜାର ଟଙ୍କା ଉଠାଇପାରିବେ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧିନରେ ଜିରୋ ବାଲାନ୍ସ ଉପରେ ବ୍ୟାଙ୍କ ଖାତା ସଂଖ୍ୟା ୪୧ କୋଟି ପାର ହୋଇଯାଇଛି । ଜନଧନ ଯୋଜନା ଅଧୀନରେ ଖାତା ଖୋଲିଲେ ଆପଣଙ୍କୁ ଅନେକ ଲାଭ ମିଳିବ ।
ଯଦି ଆପଣଙ୍କ ଖାତାରେ ବାଲାନ୍ସ ନାହିଁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ୧୦ ହଜାର ଟଙ୍କା ଉଠାଇପାରିବେ । ଏହା ବ୍ୟତୀତ ରୂପେ ଡେବିଟ କାର୍ଡର ସୁବିଧା ମଧ୍ୟ ମିଳିବ । ଏହାଦ୍ୱାରା ଆପଣ ଖାତାରୁ ଟଙ୍କା ଉଠାଇପାରିବେ ଆଉ ସପିଂ ମଧ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଜନଧନ ଯାଜନା ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଏହି ବର୍ଷ ୨୮ ଅଗଷ୍ଟରେ ଏହାକୁ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧିନରେ ୨୦୨୧ ଜାନୁୟାରୀ ୬ ତାରିଖ ଯାଏଁ ଜନଧନ ଖାତାର ମୋଟ ସଂଖ୍ୟା ୪୧.୬କୋଟି ହୋଇଛି
ପୂର୍ବରୁ ଜିରୋ ବାଲାନ୍ସରେ ଅଧିକରୁ ଅଧିକ ଲୋକ ଆକାଉଣ୍ଟ ଖୋଲୁଥିଲେ । ସମୟାନୁସାରେ ତାହା ଧୀରେ ଧୀରେ କମିବାରେ ଲାଗିଛି । ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୫ ପରେ ଲଗାତର ଭାବେ ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା କମି ଚାଲିଛି । ମାର୍ଚ୍ଚ ୨୦୧୫ରେ ୫୮% ଖାତା ଏମିତି ଥିଲା, ଯେଉଁଥିରେ ବାଲାନ୍ସ ନଥିଲା । କିନ୍ତୁ ଜାନୁୟାରୀ ୬ ତାରିଖରେ ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା କମ ଥିବା ଆକଳନ କରାଯାଇଛି । ଏବେ ଖାତା ସଂଖ୍ୟା ହ୍ରାସ ପାଇଁ ୫୮ %ରୁ ୭.୫%କୁ ହ୍ରାସ ପାଇଛି ।
ଜନଧନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଏହି ସବୁ ସୁବିଧା :–
-ଏହି ଯୋଜନା ଆଧାରରେ ୧୦ ବର୍ଷରୁ କମ ବୟସର ପିଲାଙ୍କର ଖାତା ଖୋଲାଯାଇପାରିବ
-ଏହି ଯୋଜନା ଅଧିନରେ ଖାତା ଖୋଲିଲେ ଆପଣଙ୍କୁ ଏଟିଏମ କାର୍ଡ,୨ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ରାଶିର ସୁବିଧା, ୩୦ହଜାର ଟଙ୍କାର ଲାଇଫ କଭର ଓ ଜମା ରାଶି ଉପରେ ସୁଧ ମିଳିବ
-ଏହି ଆକାଉଂଟକୁ ଆପଣ ଯେକୌଣସି ବ୍ୟାଙ୍କରେ ଖାଲିପାରିବେ
-ଏଥିରେ ଆପଣଙ୍କୁ ୧୦ ହଜାର ଟଙ୍କାର ଓଭରଡ୍ରାଫ୍ଟର ସୁବିଧା ମଧ୍ୟ ମିଳିବ
-ଏଥିରେ ଆପଣଙ୍କୁ ମିନିମମ ବାଲାନ୍ସ ମେଂଟନ କରିବାକୁ ପଡିବନି
ଜନଧନ ଖାତା ଖୋଲିବା ପାଇଁ ଆପଣଙ୍କୁ କିଛିଟା ଜରୁରୀ ଜିନିଷ ଦରକାର ପଡିବ । ଆଧାରକାର୍ଡ,ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଦରକାର ପଡିବ । ଯଦି ଆପଣଙ୍କର ଡକ୍ୟୁମେଣ୍ଟ୍ ନାହିଁ, ତାହାଲେ ଆପଣ ଏକ ଛୋଟ ଆକାଉଣ୍ଟ୍ ଖୋଲିପାରିବେ । ଏଥିରେ, ଆପଣଙ୍କୁ ସେଲ୍ଫ ଆଟିଷ୍ଟେଡ୍ ଫଟୋଗ୍ରାଫ୍ ଏବଂ ବ୍ୟାଙ୍କ ଅଧିକାରୀଙ୍କ ସାମ୍ନାରେ ଆପଣଙ୍କୁ ଦସ୍ତଖତ କରିବାକୁ ପଡିବ । ତେବେ ସବୁଠାରୁ ବଡ କଥା ହେଉଛି, ଜନଧନ ଖାତା ଖୋଲିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ଶୁଳ୍କ ରାଶି ଦେବାକୁ ପଡିବ ନାହିଁ ।

Leave A Reply

Your email address will not be published.