ଯଥିସ ଓଡ଼ିଶା ନୃତ୍ୟ ମହୋତ୍ସବ

244

ଭୁବନେଶ୍ୱର : ସ୍ଥାନୀୟ “ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର୍‌’ଠାରେ ନଟରାଜ ମ୍ୟୁଜିକ୍ ଆଣ୍ଡ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଯଥିସ ଓଡ଼ିଶା ଜାତୀୟସ୍ତରୀୟ ନୃତ୍ୟ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ “ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଡ. ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନାରେ ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟିଥିଲେ। ଡ. ପ୍ରିୟଙ୍କା ମିଶ୍ର, ପ୍ରତିମା ମିଶ୍ର, ଅର୍ଚ୍ଚିତା, ବିଦୁସ୍ମିତା ଏବଂ ଲିଶ୍ନା ପ୍ରମୁଖ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।

Comments are closed, but trackbacks and pingbacks are open.