ଆତଙ୍କବାଦୀ ଙ୍କୁ ପାଣ୍ଠି ଯୋଗାଉଥିବା ୟାସିନ୍‌ ମଲିକକୁ ଆଜୀବନ କାରାଦଣ୍ଡ

31

ଆତଙ୍କ ବାଦୀ ଙ୍କୁ ପାଣ୍ଠି ଯୋଗାଣ ମାମାଲରେ କାଶ୍ମୀର ର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ I ଏନଆଇଏର ସ୍ଵତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଦେଶର ଗୁଇନ୍ଦା ଏଜେନ୍ସି ଦିଲ୍ଲୀ ଏବଂ ଏନସିଆରରେ ହାଇ ଆଲର୍ଟ ଜାରି କରିଛନ୍ତି।
ୟାସିନଙ୍କୁ ଦୁଇଟି ମାମଲାରେ ୨ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଅନ୍ୟ ୫ଟି ମାମଲାରେ ପ୍ରତ୍ୟେକ୧୦ ବର୍ଷ ଲେଖାଁଏ ଜେଲଦଣ୍ଡ ହୋଇଛି। ସମସ୍ତ ଜେଲଦଣ୍ଡ ଏକକାଳୀନ ଲାଗୁ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଆଜି ୟାସିନ୍‌ ମଲ୍ଲିକଙ୍କ ବିରୋଧରେ ଚୂଡ଼ାନ୍ତ ରାୟ ଆସିବାକୁ ଥିବାରୁ ପଟିଆଲାର ଏନଆଇଏ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକକୁ ଆଜୀବନ କାରାଦଣ୍ଡ ମିଳିବ ନା ଫାଶୀ ହେବ ସେ ନେଇ ସସ୍‌ପେନ୍ସ ଜାରି ରହିଥିଲା। ୟାସିନ ମଲ୍ଲିକର ସଜା ବିରୋଧରେ ଦିଲ୍ଲୀ ଏନସିଆରରେ ଆତଙ୍କୀ ହମଲା ହୋଇପାରେ। ଆତଙ୍କୀଙ୍କ ଟାର୍ଗେଟରେ ଏବେ ଦେଶର ରାଜଧାନୀ ରହିଛି।

ଯେଉଁ ଦିନ ୟାସିନ ମଲ୍ଲିକକୁ ଏନଆଇଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା, ସେହି ଦିନଠୁ ଲଗାତାର ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଏଜେନ୍ସିକୁ ଆଲର୍ଟ ମିଳୁଛି। ୟାସିନ ମଲ୍ଲିକକୁ ଦଣ୍ଡ ଦିଆଯିବା ବିରୋଧରେ ଏହାର କାର୍ଡକୋର ସମର୍ଥକ ଏବଂ ଆତଙ୍କୀ ସଂଗଠନ ଦିଲ୍ଲୀ ଏନସିଆରରେ ଆତଙ୍କୀ ହମଲା ପାଇଁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଛିନ୍ନତାବାଦୀ ନେତା ୟାସିନ ମଲିକକୁ ଆଜାବୀନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା କୋର୍ଟ। ମଲ୍ଲିକକୁ ଫାଶୀ ଦଣ୍ଡ ଦେବାକୁ କୋର୍ଟରେ ଜାବି କରିଥିଲା ଏନ୍‌ଆଇଏ। ଅନ୍ୟପଟେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରି ମଲ୍ଲିକଙ୍କୁ ଆଜୀବନକାରାଦଣ୍ଡାଦେଶ ଦିଆଯାଉ ବୋଲି କୋର୍ଟରେ କହିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

Comments are closed, but trackbacks and pingbacks are open.