୫ ଆର୍‌ଏସ୍‌ଏସ୍ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା

34

ନୂଆଦିଲ୍ଲୀ : କେନ୍ଦ୍ର ସରକାର କେରଳର ପାଞ୍ଚଜଣ ଆର୍‌ଏସ୍‌ଏସ୍ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ଏହି ନେତାମାନଙ୍କ ଉପରେ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନ୍‌ଆଇଏ ସେପ୍ଟେମ୍ବର ୨୨ ତାରିଖରେ ୧୫ ରାଜ୍ୟରେ ପପୁଲାର ଫ୍ରାଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ୯୩ ସ୍ଥାନରେ ଚଢ଼ଉ କରିଥିଲା । ଏହି ଅବସରରେ କେରଳ ପିଏଫ୍‌ଆଇ ସଦସ୍ୟ ମହମ୍ମଦ ବଶୀର ଘରୁ ଏକ ଲିଷ୍ଟ୍ ମିଳିଥିଲା, ଯେଉଁଥିରେ ପିଏଫ୍‌ଆଇ ରାଡାର୍‌ରେ ଏହି ୫ ନେତାଙ୍କ ନାମ ଥିଲା । ସୂତ୍ର ଅନୁସାରେ କେନ୍ଦ୍ରୀୟ ଯାଞ୍ଚ୍ ଏବଂ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ଦିଆଯାଇଥିବା ଇନ୍‌ପୁଟ୍ ଆଧାରରେ ଆର୍‌ଏସ୍‌ଏସ୍ ନେତାଙ୍କୁ ଏହି ସିକ୍ୟୁରିଟି କଭର୍ ଦିଆଯାଇଛି । କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସ (ସିଆର୍‌ପିଏଫ୍‌)ର ଭିଆଇପି ସିକ୍ୟୁରିଟି ୱିଙ୍ଗ୍‌କୁ ଏହି ସୁରକ୍ଷା ।ୟିତ୍ୱ ଦିଆଯାଇଛି ।

Comments are closed, but trackbacks and pingbacks are open.