ୱାଇ-୨୦ କନ୍‍ସଲ୍‍ଟେସନ୍‍: କିସ୍‍ ବୁଲିଲେ ୨୦ ଦେଶର ସାଂସଦ୧୪ତାରିଖରେ ମୁଖ୍ୟ ଆକର୍ଷଣ ରିକି କେଜ୍‍

18

ଭୁବନେଶ୍ୱର: ଅପ୍ରେଲ୍‍ ୧୪ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୟୁଥ-୨୦ କନସଲଟସନ ର ଯୋଗ ଦେବାକୁ ଆସିଥôବ । ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ ସୁଇଜରଲାଣ୍ଡ,ପୋଲାଣ୍ଡ, ଆର୍ମେନିଆ,ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ ଆଜି କିସ୍‍ ପରିଦର୍ଶନ କରିଥିଲେ । ଏହି ସାଂସଦମାନେ କିସ୍‍ ପରିଦର୍ଶନ କରିବା ସମୟରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ଦେଖି ଅଭିଭୂତ ହୋଇ ପଡ଼ିଥିଲେ । ଭଗବାନଙ୍କ ଆଶୀର୍ବାଦ ନଥିଲେ ମାତ୍ର ୨୭ବର୍ଷ ମଧ୍ୟରେ ମାତ୍ର ଏଭଳି ଏକ ବିରାଟ ଅନୁଷ୍ଠାନ ସମ୍ଭବ ନୁହେଁ ବୋଲି
ସେମାନେ ମତ ବ୍ୟକ୍ତ କରିଥିଲେ । କିସ୍‍ର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ସେମାନେ କହିଲେ, ଯୁବଗୋଷ୍ଠୀ ହେଉଛନ୍ତି ବିଶ୍ୱର ଭବିଷ୍ୟତ । ସେମାନେ ଚାହିଁଲେ ଏକ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଶ୍ୱ ତିଆରି କରିପାରିବେ । କିସର ଏତେ ସଂଖ୍ୟକ ପିଲାଙ୍କ ମଧ୍ୟରେ ଏଭଳି ଶୃଙ୍ଖଳା ବିଶ୍ୱରେ ବିରଳ ବୋଲି ସାଂସଦମାନେ ମତ ପ୍ରକାଶ କରିଥିଲେ । ତୁମମାନଙ୍କ ଶୃଙ୍ଖଳା ଆମମାନଙ୍କୁ ଅଭିଭୂତ କରିଛି ବୋଲି ସେମାନେ କହିଥିଲେ । କିସର ତୁମମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ତୁମେ ମାନେ କଠିନ ପରିଶ୍ରମ ଓ ନିଷ୍ଠାର ସହ ସେସବୁର ବିନିଯୋଗ କରି ନିଜର ଲକ୍ଷ୍ୟ ପଥରେ ନିଶ୍ଚୟ ସଫଳତା
ହାସଲ କରିପାରିବ ବୋଲି ସେମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍‍ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କଳୁ ସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ ମହାନିଦ୍ଦେର୍ଶକ କାଁହୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ ।

ୟୁଥ-୨୦ କନ୍‍ସଲ୍‍ଟେସନ୍‍ ପାଇଁ ୧୪ ତାରିଖରେ ମୁଖ୍ୟ ଆକର୍ଷଣ ରହିଛନ୍ତି ତିନି ତିନି ଥର ଗ୍ରାମି ପୁରସ୍କାର ପାଇଥିବା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ରିକି କେଜ୍‍ । ଆସନ୍ତା କାଲି ତାଙ୍କର ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.