ବୈଶାଖ ପୁର୍ଣିମା ରେ ଅଶ୍ୱସ୍ଥ ଗଛକୁ ପୂଜା କରନ୍ତୁ , ମିଳିବ ପିତୃ ଏବଂ ଗ୍ରହ ଦୋଷ ରୁ ମୁକ୍ତି

29

ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି I ବୈଶାଖ ମାସରେ ପଡୁଥିବା ପୂର୍ଣ୍ଣିମାକୁ ବିଶାଖା ପୂର୍ଣ୍ଣିମା,ଏବଂ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ I ଏହି ବର୍ଷ ବୈଶାଖ ପୂର୍ଣ୍ଣିମା ସୋମବାର, ମଇ ୧୬ ରେ ପଡୁଛି I ଏହିଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ଲାଗୁଛି ,କିନ୍ତୁ ଏହା ଭାରତକୁ ଦୃଶ୍ୟ ମାନ ନୁହେଁ I ବୈଶାଖ ପୂର୍ଣ୍ଣମୀରେ ସ୍ନାନ,ଦାନ,ଜପ ତପ ର ଅନେକ ନିୟମ ରହିଛି I ଏହା ସହିତ ଏହି ଦିନ ବିଶେଷ ପୂଜା ବିଧି ମଧ୍ୟ କରାଯାଇଥାଏ I ବିଶେଷ ଭଭରେ ଏହି ଦିନ ଅଶ୍ୱସ୍ଥ ବୃକ୍ଷ କୁ ପୂଜା କରାଯାଇଥାଏ Iଆସନ୍ତୁ ଜାଣିବା ବୈଶାଖ ପୂର୍ଣ୍ଣିମାର ମହତ୍ତ୍ୱ :

ଶାସ୍ତ୍ର ଅନୁଯାୟୀ, ବୈଶାଖ ପୂର୍ଣ୍ଣିମା ଦିନ ଅଶ୍ୱସ୍ଥ ବୃକ୍ଷ କୁ ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ। ଏହି ଦିନ ଅଶ୍ୱସ୍ଥ ବୃକ୍ଷ କୁ ପୂଜା କଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାଏ । ଅଶ୍ୱସ୍ଥ ଗଛ କୁ ପୂଜା କଲେ ପିତୃପକ୍ଷ ସନ୍ତୁଷ୍ଟ ହୋଇ ବରଦାନ ଦେଇଥାନ୍ତି I ସେହିପରି ଏହି ଦିନ ଏକ ଛୋଟ ଅଶ୍ୱସ୍ଥ ବୃକ୍ଷ ଆଣି କୁଣ୍ଡରେ ଲଗାଇଲେ ବୃହସ୍ପତିଙ୍କ ଶାନ୍ତ ହୋଇଥାନ୍ତି I

ଅଶ୍ୱସ୍ଥ ବୃକ୍ଷ ଉପାସନା କଲେ କଣ ଲାଭ ମିଳିଥାଏ I
ଧାର୍ମିକ ବିଶ୍ୱାସ ଅନୁସାରେ ବୈଶାଖ ପୂର୍ଣ୍ଣିମାରେ ଅଶ୍ୱସ୍ଥ ବୃକ୍ଷ କୁ ପୂଜା କଲେ ଜାତକରେ ଶନି, ଗୁରୁ ଏବଂ ଅନ୍ୟାନ୍ୟ ଗ୍ରହମାନଙ୍କର ସ୍ଥିତି ମଜବୁତ ହୋଇଥାନ୍ତି ଏବଂ ଶୁଭ ଫଳ ପ୍ରଦାନ କରିଥାନ୍ତି I

ଅଶ୍ୱସ୍ଥ ବୃକ୍ଷ ରେ ତିନି ଦେବତା ଯଥା – ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କର ନିବାସ ଥାଏ I ସକାଳେ ତୁଳସୀ ପୂଜନ ସମୟରେ ଅଶ୍ୱସ୍ଥ ବୃକ୍ଷ କୁ ପୂଜା କରି ଧୂପ ଦ୍ବୀପ,ନୈବେଦ୍ୟ ଅର୍ପଣ କଲେ ଏହି ତିନି ଦେବତାଙ୍କର ଆଶୀର୍ବାଦ ମିଳିଥାଏ I ଏହାସହିତ ବୃହସ୍ପତି ଓ ଶନି ଶାନ୍ତ ହୋଇଥାନ୍ତି I

ଅଶ୍ୱସ୍ଥ ବୃକ୍ଷ ରେ ପାଣିରେ କ୍ଷୀର ଏବଂ କଳା ରାଶି ମିଶାଇ ଅର୍ପଣ କଲେ ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି Iବିଶ୍ୱାସ କରାଯାଏ ସକାଳ ସମୟରେ ପିତୃ ପୁରୁଷମାନେ ଏହି ଗଛରେ ବାସ କରନ୍ତି I ତେଣୁ ସକାଳ ସମୟରେ ଗାଧୁଆ ସାରି ଅନେକ ଲୋକ ଅଶ୍ୱସ୍ଥ ବୃକ୍ଷ ରେ ଜଳ ଢ଼ାଳିଥାନ୍ତି I

ଶାସ୍ତ୍ର ଅନୁସାରେ ସୂର୍ଯ୍ୟୋଦୟ ଅଶ୍ୱସ୍ଥ ବୃକ୍ଷରେ ମା’ ଲକ୍ଷ୍ମୀ ଙ୍କର ବାସ ହୋଇଥାଏ I ତେଣୁ ସୂର୍ଯ୍ୟୋଦୟ ପରେ ଅଶ୍ୱସ୍ଥ ଗଛକୁ କୁ ପୂଜା କରିବା ଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ଆସିଥାଏ I

ବୈଶାଖ ପୂର୍ଣ୍ଣିମା ଦିନ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଏ I ଏହି ଦିନ ସକାଳେ ଅଶ୍ୱସ୍ଥ ବୃକ୍ଷ କୁ ପୂଜା କରି ଘରର ହେବାକୁ ଥିବା ଯେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ କରାଯାଇପାରିବ I

ବିଭିନ୍ନ ସ୍ଥାନରେ ମାନ୍ୟତା ଅନୁସାରେ ଜାତକରେ ଯଦି ବୈଧବ୍ୟ ଯୋଗ ଥାଏ,ତେବେ ବିବାହ ପୂର୍ବରୁ କନ୍ୟାକୁ ଅଶ୍ୱସ୍ଥ ବୃକ୍ଷ ସହିତ ବିବାହ କରାଇ ଦିଆଯାଏ ,ଫଳରେ ଭଗବାନ ବିଷ୍ଣୁ ସମସ୍ତ ଗ୍ରହ ଜନିତ ବାଧା କୁ ଖଣ୍ଡନ କରିଥାନ୍ତି I

ବୈଶାଖ ପୂର୍ଣ୍ଣିମା ଦିନ, ସୂର୍ଯ୍ୟୋଦୟ ପରେ, ଅଶ୍ୱସ୍ଥ ବୃକ୍ଷ ପାଣି ଅର୍ପଣ କରନ୍ତୁ I ଏହା ପରେ, ବୃକ୍ଷକୁ ୩ ଥର ପ୍ରଦକ୍ଷିଣା କରନ୍ତୁ | ଏହା ଦ୍ୱାରା ବୃହସ୍ପତି ଏବଂ ଶନି ଶାନ୍ତ ହୋଇ ଶୁଭ ଫଳ ପ୍ରଦାନ କିଆରିଥାନ୍ତି I

Comments are closed, but trackbacks and pingbacks are open.