ଚିନ୍ତା ବଢାଉଛି ଏଚ୍‌୩ଏନ୍‌୨ ଭାଇରସ୍ !

44

ଥଣ୍ଡା, ଜ୍ୱର, କାଶକୁ ନେଇ ଚିନ୍ତା ଭିତରେ ରାଜ୍ୟବାସୀ ।ତେବେ ଏହାରି ଭିତରେ ଏଚ୍‌୩ଏନ୍‌୨ ଭାଇରସ୍ ସମସ୍ତଙ୍କୁ ଡରାଇଲାଣି । ଶିଶୁ ମାନଙ୍କୁ ନେଇ ବଢୁଛି ଚିନ୍ତା । ବିଶେଷଜ୍ଞଙ୍କ ମତରେ ଶିଶୁମାନଙ୍କ ପାଇଁ ଘାତକ ହୋଇପାରେ ଏଚ୍‌୩ଏନ୍‌୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲା ଏହି ଇନଫ୍ଲୁଏଞ୍ଜା ଭୂତାଣୁରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ସବୁଠାରୁ ବଡ କଥା ହେଉଛି ସ୍କୁଲକୁ ଯାଉନଥିବା ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ଭୂତାଣୁର ସଂକ୍ରମଣ ଦେଖା ଯାଉଛି । ଯଦିଓ ରାଜ୍ୟରେ ସେଭଳି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସର୍ବଭାରତୀୟ ସ୍ତରରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ । ଶିଶୁଙ୍କ ପାଇଁ ଘାତକ ଏଚ୩ଏନ୨ ! ଏହାରି ଭିତରେ ଡରାଇଲା ଭଳି ତଥ୍ୟ ଦେଇଛନ୍ତି ବିଶେଷଜ୍ଞ ।

ଜୁନ୍ ଓ ଜୁଲାଇ ବେଳକୁ ଇନଫ୍ଲୁଏଞ୍ଜାର ଆଉ ଏକ ବଡ ଲହର ଆସିପାରେ ବୋଲି ଆକଳନ କରାଯାଇଛି । ଏହି ଲହର ଆସିଲେ ସଂକ୍ରମଣ ଅଧିକ ବ୍ୟାପିବ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବୟସ୍କ, ଶିଶୁ ଓ ରୋଗୀଙ୍କ ପାଇଁ ବିପଦ ବଢିପାରେ ।

Comments are closed, but trackbacks and pingbacks are open.