ଭାରତ ହେବ ବିଶ୍ୱକପ୍‌ ଚାମ୍ପିୟନ୍‌:ମୁଥିୟା ମୁରଲୀଥନ

320

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ। ଏହାପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ମୁଥିୟା ମୁରଲୀଥନ। ସେ କହିଛନ୍ତି, ମୋ ମତରେ, ଘରୋଇ ପରିସ୍ଥିତିରେ ଭାରତ ବିଶ୍ୱ ଚାମ୍ପିୟନ ହୋଇପାରିବ। ଅଷ୍ଟ୍ରେଲିଆ ଏବଂ ବର୍ତ୍ତମାନର ଚାମ୍ପିୟନ ଇଂଲଣ୍ଡ ମଧ୍ୟ ବିଶ୍ୱକପ ଜିତିବାର ସାମଥ୍ୟ ଅଛି କିନ୍ତୁ ଭାରତର ସମସ୍ତ ଖେଳାଳି ଫର୍ମରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ସମନ୍ବୟ ଅଛି। ଦଳ ଏସିଆ କପ ଜିତିଥିଲା।
ଟେଷ୍ଟରେ ୮୦୦ ଉଇକେଟ, ଦିନିକିଆରେ ୫୩୪ ଏବଂ ଟି-୨୦ରେ ୧୩ ଉଇକେଟ ନେଇଥିବା ମୁରଲିଧରନ ତାଙ୍କ ବାୟୋପିକ ଫିଲ୍ମ ‘୮୦୦’ ର ପ୍ରମୋସନ ପାଇଁ ଅଭିନେତା ମଧୁର ମିତ୍ତଲଙ୍କ ସହ ଲକ୍ଷ୍ନୌରେ ଥିବା ସମୟରେ ଏହି କଥା କହିଛନ୍ତି।
ବିଶ୍ୱକପ୍‌ର ୧୩ତମ ସଂସ୍କରଣ ଅକ୍ଟୋବର ୫ରୁ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଏଥର ୧୦ଟି ଦଳ ବିଶ୍ୱକପରେ ଭାଗ ନେବେ। ଆୟୋଜକ ଭାରତ ବ୍ୟତୀତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦଳଗୁଡିକ ମଧ୍ୟରୁ ଅନେକ ଭାରତରେ ପହଞ୍ଚି ସାରିଛନ୍ତି।

Comments are closed, but trackbacks and pingbacks are open.