ବିଶ୍ୱ ଲିଭର ଦିବସ ପାଳନ କଲା ଉତ୍କଳ ହସ୍ପିଟାଲ

53

ଭୁବନେଶ୍ୱର: ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନ ହୋଇଯାଇଛି l ଆଜି ପ୍ରାତଃ କାଳରେ ଏକ ମିନି ମାରାଥନର ଆୟୋଜନ ହୋଇଥିଲା l ଏଥିରେ ୩୦୦ ଜଣ ମହିଳା ଏବଂ ପୁରୁଷ ଭାଗ ନେଇଥିଲେ l ଏହି ବର୍ଷର ଥିମ୍ ହେଉଅଛି ସଲିଡ୍ ହାବିଟସ୍ ଷ୍ଟ୍ରଙ୍ଗ ଲିଭର୍ (Solid Habits Strong Liver) ଲ ଏହି ମାରାଥନ କୁ ମୁଖ୍ୟ ଅତିଥି ରେସିଡେଣ୍ଟ ଏଡିଟର୍ ଏସିଆନ୍ ଏଜ ଏବଂ ଡେକାନ କ୍ରୋନିକଲ୍ ଶ୍ରୀ ଅକ୍ଷୟ କୁମାର ସାହୁ ଏବଂ ସମ୍ମାନୀୟ ଅତିଥି SOTTO ର ଜଏଣ୍ଟ ଡାଇରେକ୍ଟର ଡା ବିଭୂତିଭୂଷଣ ନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ l ଉତ୍କଳ ହସ୍ପିଟାଲର ସିଇଓ,ଶ୍ରୀ ବି. କେ. ସୁବୋଧ ସିଂହ, ଡା ସଲିଲ ପରିଡା,ଡ଼ା ଅନନ୍ତ କୁମାର ଅଗସ୍ତି, ଡା ବିଜୟ ମିଶ୍ର ଏବଂ ଡା ମଳୟ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଏହି ସଚେତନେତା ମାରାଥନର ପ୍ରଥମ ପ୍ରତିଯୋଗୀ ନୟାଗଡ଼ର ଶୁଭମ୍ ବେହେରା, ୨୦ ବର୍ଷ, ଦ୍ୱିତୀୟ କଳାହାଣ୍ଡିର ରୋଶନ ମାଝୀ,୧୯ ବର୍ଷ ଏବଂ ତୃତୀୟ ଦୋଳମଣି ଚିରଗୁନ୍,୧୮ ବର୍ଷ ଙ୍କୁ ମୂଖ୍ୟ ଅତିଥି ଶ୍ରୀ ସାହୁ ମେଡାଲ ପ୍ରଦାନ କରିଥଲେ ଏବଂ ସମସ୍ତଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ଏଵଂ ଉତ୍କଳ ହସ୍ପିଟାଲକୁ ସାଧୁବାଦ ପ୍ରଦାନ କରିଥିଲେ l

Comments are closed, but trackbacks and pingbacks are open.