କିଟ୍‍ ଓ କିସରେ ବିଶ୍ୱ ପରିବେଶ ଦିବସ ପାଳିତ

183

ଭୁବନେଶ୍ୱର,୫ ।୬: କିଟ୍‍ ଓ କିସରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ଓ କିସ୍‍ର ବିଭିନ୍ନ କ୍ୟାମ୍ପସରେ ବ୍ୟାପକ ବୃକ୍ଷରୋପଣ କରାଯାଇ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। କିଟ୍‍ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରାବାସ କ୍ୟାମ୍ପସରେ କିଟ୍‍ ଉଦ୍ୟାନ ବିଭାଗ ଉପଦେଷ୍ଟା ସୁଦର୍ଶନ ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ବୃକ୍ଷରୋପଣ କରି ଏହାର ଶୁଭାରମ୍ଭ କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ପ୍ରତିବର୍ଷ କିଟ୍‍ ଓ କିସରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥାଏ। ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ ପ୍ରତିବର୍ଷ କିଟ୍‍ ଓ କିସ୍‍ର ବିଭିନ୍ନ କ୍ୟାମ୍ପସରେ ବିଭିନ୍ନ ପ୍ରଜାତିର ଲକ୍ଷାଧିକ ବୃକ୍ଷରୋପଣ କରାଯାଇଆସୁଛି। ଏଥିରେ କିଟ୍‍ ଓ କିସ୍‍ର କର୍ମଚାରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ବୃକ୍ଷରୋପଣ କରିଥାନ୍ତି। ଏଥିଯୋଗୁଁ କିଟ୍‍ ଓ କିସ୍‍ ବିଭିନ୍ନ କ୍ୟାମ୍ପସ୍ ସବୁଜ ବଳୟ ସୃଷ୍ଟି ହେବା ସହ ବିଭିନ୍ନ ପ୍ରଜାତିର ବୃକ୍ଷରାଜି ଓ ରଙ୍ଗ ବେରଙ୍ଗର ଫୁଲଗଛସବୁ ଶୋଭା ପାଉଛି। କିଟ୍‍ ଓ କିସ୍‍ର ସବୁଜିମା ପରିବେଶ ଦେଖି ବିଭିନ୍ନ ସମୟରେ ଏଠାକୁ ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ଅତିଥିମାନେ ଅଭିଭୂତ ହୋଇଥାନ୍ତି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ରହିଛି- ମୃତ୍ତିକା ସଂରକ୍ଷଣ, ମରୁଭୂମିକରଣର ମୁକାବିଲା ଓ ମରୁଡ଼ି ସହନଶୀଳତା।

Comments are closed, but trackbacks and pingbacks are open.