ବିଶ୍ବକପ୍ : ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

320

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନର ଲକ୍ଷ୍ୟ ରଖିଛି ବାଂଲାଦେଶ ।ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୫୬ ରନରେ ୪ଟି ଓ୍ବିକେଟ ହରାଇଥିଲା । ତେବେ ଅଧିନାୟକ ସାକିବୁଲ ହାସନ ଓ ମୁସ୍ତଫିକୁର ରହିମ୍ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସାକିବୁଲ ୪୦ ରନ କରିଥିବାବେଳେ ମୁସ୍ତଫିକୁର ୬୬ରନ କରିଥିଲେ । ଶେଷ ବେଳକୁ ମହମ୍ମଦୁଲ୍ଲା ମଧ୍ୟ ଉପଯୋଗୀ ବ୍ୟାଟିଂ କରି ଅପରାଜିତ ୪୧ ରନ କରିଥିଲେ । ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୫ ରନ କରିଥିଲା ।

ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ, ମାଟ ହେନେରୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମିଚେଲ ସାଣ୍ଟନର ଓ ଗ୍ଲେନ ଫିଲିପ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ନ୍ୟୁଜିଲାଣ୍ଡ ନିଜର ପ୍ରଥମ ୨ଟି ମ୍ୟାଚ ଜିତିସାରିଛି । ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡକୁ ହରାଇଥିବାବେଳେ ନିଜର ୨ୟ ମ୍ୟାଚରେ ନେଦରଲାଣ୍ଡସକୁ ହରାଇଥିଲା । କିନ୍ତୁ ବାଂଲାଦେଶ ନିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିବାବେଳେ ୨ୟ ମ୍ୟାଚରେ ଇଂଲଣ୍ଡଠାରୁ ହାରିଯାଇଛି ।

Comments are closed, but trackbacks and pingbacks are open.