ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ! ଖୁବ୍‌ଶୀଘ୍ର ହେବ ନାମାଙ୍କନପତ୍ର ଦାଖଲ

105

ଭୁବନେଶ୍ବର : ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା । ୟୁନେସ୍କୋ ଦ୍ବାରା ମାନ୍ୟତା ଲାଭ ନେଇ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ । ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ ଖୁବ୍ ଶୀଘ୍ର ଦାଖଲ କରାଯିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ । ରଥଯାତ୍ରା ଭଳି ମହାର୍ଘ୍ୟ ବୈଶ୍ୱିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରଶାସନ ଆଶା ରଖିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ପୁରୀର ରଥାଯାତ୍ରା ହେଉଛି ସବୁଠାରୁ ବଡ଼ ଉତ୍ସବ । ଯେଉଁଠାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଆଉ ପୁରା ବିଶ୍ୱରେ ମଧ୍ୟରେ ପୁରୀ ରଥଯାତ୍ରା ପ୍ରସିଦ୍ଧ । ତେଣୁ ଏବେ ସେହି ଜଗାର ରଥଯାତ୍ରାକୁ ମିଳିବାକୁ ଯାଉଛି ବିଶ୍ୱ ଐତିହ୍ୟ ମାନ୍ୟତା ।

Comments are closed, but trackbacks and pingbacks are open.