ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଫାଇନାଲ ମ୍ୟାଚ ଜିତି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନିକହତ ଜରୀନ

27

ଭାରତ ପାଇଁ ପୁଣି ଏକ ଗୌରବ ର ଦିନ Iମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଇତିହାସ ରଚିଲେ ଭାରତର ନିକହତ ଜରୀନ। ଫାଇନାଲ୍‌ ମ୍ୟାଚ୍‌ରେ ଜିତି ଗୋଲ୍ଡ ମେଡାଲ୍ ହାତେଇଲେ ଭାରତୀୟ ଝିଅ। ୱାର୍ଲ୍ଡ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଗୁରୁବାର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ୫୨ କିଲୋଗ୍ରାମ ବର୍ଗରେ ନିକହତ ତାଙ୍କର ପ୍ରତିପକ୍ଷ ଥାଇଲାଣ୍ଡର ଜୁଟାମାସ ଜିଟ୍‌ପଙ୍ଗଙ୍କୁ ୫-୦ରେ ପରାସ୍ତ କରି ଗୋଲ୍ଡ ମେଡାଲ୍ ଜିତିଛନ୍ତି। ବକ୍ସିଂ ମ୍ୟାଚ୍‌ରେ ନିକହତଙ୍କ ଏକଚାଟିଆ ପ୍ରଭାବ ଦେଖିବାକୁ ମିଳିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ନିକହତ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମେ ସେମିଫାଇନାଲ୍‌ରେ ବ୍ରାଜିଲ୍‌ର କରୋଲୀନ ଡେ ଅଲ୍‌ମିଡାଙ୍କୁ ୫-୦ରେ ପରାସ୍ତ କରିିବା ପରେ ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।

ଗତ କିଛି ବର୍ଷ ହେଲା ବକ୍ସିଂରେ ଭଲ ପ୍ରଦର୍ଶନ କରିଆସୁଛନ୍ତି ନିକହତ ଜରୀନ। ୨୦୧୯ ଏସିଆନ ଓମେନ୍‌ ଚାମ୍ପିୟନ୍‌ସିପ୍‌ରେ ମଧ୍ୟ ଜରୀନ ବ୍ରୋଞ୍ଚ ମେଡାଲ୍ ଜିତିଥିଲେ। ଜରୀନ ପଞ୍ଚମ ଭାରତୀୟ ମହିଳା ବକ୍ସର ଭାବେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଗୋଲ୍ଡ ମେଡାଲ୍ ଜିତିଛନ୍ତି। ଏହା ପୂର୍ବରୁ ଭାରତର ମହାନ ମହିଳା ବକ୍ସିଂ ଷ୍ଟାର୍ ମେରିକମ୍‌ ଏହି ଚାମ୍ପିୟନ୍‌ସିପ୍‌ରେ ୬ଥର ଗୋଲ୍ଡ ମେଡାଲ୍ ଜିତି ରେକର୍ଡ କରିଛନ୍ତି। ଭାରତ ପକ୍ଷରୁ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଏମ୍‌ସି ମେରିକମ , ସରୀତା ଦେବୀ, ଜେନୀ ଆର୍‌ଏଲ୍ ଓ ଲେଖାସୀ ଗୋଲ୍ଡ ମେଡାଲ୍ ଜିତିସାରିଛନ୍ତି। ଆଜିର ଫାଇନାଲ ମ୍ୟାଚ୍‌ରେ ତେଲେଙ୍ଗାନା ବକ୍ସର ଜରୀନ ତାଙ୍କ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହି ବାଉଟରେ ଜଜମାନେ ଜରୀନଙ୍କ ସପକ୍ଷରେ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ରେ ରେଜଲ୍ଟ ଘୋଷଣା କରିଛନ୍ତି।

Comments are closed, but trackbacks and pingbacks are open.