କିଟ୍‌ରେ ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ କର୍ମଶାଳା

32

ଭୁବନେଶ୍ୱର:୨୪ା୩: ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍‌, କିଟ୍‍, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମିଳିତ ସହଯୋଗରେ କିଟ୍‍ ବିଶ୍ୱବିଦ୍ୟାଳୟରେ ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ, ଗବେଷକ ଏବଂ କର୍ମଚାରୀଙ୍କ ଜ୍ଞାନ ବୃଦ୍ଧି ପାଇବା ଭଳି ଢ଼ାଞ୍ଚାରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍‍ ଓ ଶିଳ୍ପଦ୍ୟୋଗୀ ଯୋଗ ଦେଇଥିଲେ । ବିସିକେଆଇସି ଫାଉଣ୍ଡେସନ ହେଉଛି ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ପ୍ରୟାସ । ଏହି କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍‍ ଓ ଶିଳ୍ପଦ୍ୟୋଗୀଙ୍କୁ ଡ୍ରାଫଟିଂ, ଫାଇଲିଂ ଆଦି ବଷୟରେ ବିଶେଷଜ୍ଞମାନେ ତାଲିମ ପ୍ରଦାନ କରିଥିଲେ । ଓଡ଼ିଶା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଯୁ୍‍ଗ୍ମ ସଚିବ ପୂଜା ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ତ କର୍ମଶାଳାରେ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ଉଦ୍ୟମ ଏବଂ ଉତ୍ସାହକୁ ସମ୍ମାନ ଜଣାଇଥିଲେ । ଏଥି ସହିତ ଅଂଶଗ୍ରହଣକାରୀମାନଙ୍କୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସୁଯୋଗର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢୀ, କିଟ୍‍ ବାୟୋଟେକ୍ନୋଲୋଜି ସ୍କୁଲ୍‍ର ପ୍ରଫେସର ଡ.ବିଶାଖା ରାଇନା, ଆସୋସିଏଟ୍ ପ୍ରଫେସର ଶ୍ରୀନିବାସ ପଟ୍ଟନାୟକ, କିଟ୍ ଲ ସ୍କୁଲର ପ୍ରାଧ୍ୟାପିକା ସମ୍ଭାବୀ ପଟ୍ଟନାୟକ, ସିଏସ୍‌ଆର-ଆଇଏମ୍‌ଏମ୍‌ଟି ବରିଷ୍ଠ ବୈଜ୍ଞାନିକ ଡ. ଟି. ତପନ କୁମାର, ଲେକ୍ସ ପ୍ରୋଟେକ୍ଟରର ପ୍ରତିଷ୍ଠାତା ଅରବିନ୍ଦ ପଣ୍ଡା, ବିସିକେଆଇସି ଫାଉଣ୍ଡେସନ୍ ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମିତା ପାଠକ ଏବଂ ଡ. ଅମରେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

Comments are closed, but trackbacks and pingbacks are open.