ବିଜୁ ମହିଳା ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

1,054

ଭୁବନେଶ୍ୱର : ଶନିବାର ବିଜୁ ମହିଳା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ମହିଳା ସଶକ୍ତିକରଣ ମୋ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି । ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର ।

ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁସିର କଥା ଓଡିଶାରେ ମାଆମାନେ ଆଜି ସଶକ୍ତ ହୋଇ ପାରି ଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ରହିଛି । ଓଡ଼ିଶା ବିକାଶରେ ସେମାନେ ଏବେ ସମାନ ସହଯୋଗୀ ଓ ଭାଗୀଦାର । ମାଆମାନେ ଏବେ ଗାଁ ଗାଁ ରେ ନେତୃତ୍ବ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ମାଆମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା ବା ବିଦ୍ୟୁତ୍ ମିଟର ରିଡିଂ, ଜଳସାଥୀ ବା 5Tରେ ରୂପାନ୍ତରିତ ସ୍କୁଲଗୁଡ଼ିକର ତଦାରଖ କରିବା ପରି ଦାୟିତ୍ବ ନେଉଛନ୍ତି ମାଆ ।

ମାଆମାନେ ଏବେ ଗାଁ ପୋଖରୀରେ ମାଛଚାଷ କରୁଛନ୍ତି । ମିଶନ ଶକ୍ତି କାଫେ ଏବେ ସାରା ରାଜ୍ୟରେ ନ୍ୟୁଟ୍ରିସନର ବାର୍ତ୍ତା ଦେଉଛି । ମାଆମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ଏବେ ମାଆମାନଙ୍କ ସୁବିଧା ପାଇଁ ଆମ ସ୍କୁଟର ଯୋଜନା ଆରମ୍ଭ ହେବ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମିଶନଶକ୍ତିକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ ହୋଇଛି । ମାଆମାନଙ୍କୁ ଉଦ୍ୟୋଗୀ କରିବାକୁ କାମ ଆରମ୍ଭ ହୋଇଛି ବୋଲି ବିଜୁ ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed, but trackbacks and pingbacks are open.