ହଟିପାରେ କାଠ ଓ କୋଇଲା ଚୁଲା କଟକଣା; ସଂଧ୍ୟାରେ BMC ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

43

ଭୁବନେଶ୍ୱର: ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି। ଏମିତି କି ହୋଟେଲ-ରେଷ୍ଟୁରାଣ୍ଟରେ ମେନ୍ୟୁ ମଧ୍ୟ କମିଗଲାଣି। ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ। ବ୍ୟବସାୟୀ ମାନେ ଗୋଟିଏ ପ୍ରକାରେ ଧର୍ମସଙ୍କଟରେ ପଡ଼ିଗଲେଣି। କେମିତି ଚାଲିବ ବ୍ୟବସାୟୀ ସେନେଇ ଚିନ୍ତାରେ ଅଛନ୍ତି ।
ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ବରରେ ଲାଗୁହୋଇଥିଲା କଟକଣା । ସେହି କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା । ଏମିତିକି ଯିଏ ଏହା ବ୍ୟବହାର କରୁଥିଲା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍ ମଧ୍ୟ ଲଗାଯାଉଥିଲା । ତେବେ ଏଭଳି ରନ୍ଧନ ଗ୍ୟାସ୍ ସମସ୍ୟା ଯୋଗୁଁ ଏହି କଟକଣା ହଟିବା ନେଇ ସଙ୍କେତ ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇପାରେ ବିଏମ୍‌ସି । କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିଯିବ । ବ୍ୟବସାୟୀ ମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ।

Comments are closed, but trackbacks and pingbacks are open.