ଅଲମ୍ପିକ୍‌ରେ ମହିଳା ଫୁଟବଲ

34

ଅଲମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଫୁଟବଲ ଦଳ ଅଂଶ ଗ୍ରହଣ କରିବାର ବହୁ ବର୍ଷ ପରେ ଏଥିରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ମହିଳା ଫୁଟବଲ ଖେଳାଳିକୁ ସୁଯୋଗ ମିଳିଥିଲା । ୧୯୯୬ ଆଟଲାଣ୍ଟା ଅଲମ୍ପିକ୍‌ରେ ପ୍ରଥମ ଥର ପାଇଁ ‘ମହିଳା ଫୁଟବଲ’ ଖେଳାଳିମାନେ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ଅଲମ୍ପିକ୍‌ରେ ଆମେରିକୀୟ ଫୁଟବଲ ଦଳ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ବେଳେ ଚୀନ୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ବିଜୟୀ ହୋଇଥିଲା । ଫାଇନାଲରେ ଆମେରିକା ସହ ଚୀନ୍‌ର ମୁକାବିଲା ହୋଇଥିଲା ଏବଂ ଏଥିରେ ଆମେରିକା ୨-୧ ଗୋଲରେ ଚୀନ୍‌କୁ ହରାଇ ଚାମ୍ପିଅନ ହୋଇଥିଲା । ଉଭୟ ଦେଶର ଖେଳାଳିମାନେ ଉଭୟଙ୍କ ଉପରେ ପ୍ରବଳ ଚାପ ପକାଇ ଖେଳିଥିଲେ । ତେବେ ଚୀନ୍‌ର ଖେଳାଳିମାନେ କେତେକ ସୁଯୋଗ ହାତଛଡ଼ା କରିବାରୁ ଆମେରିକୀୟ ଖେଳାଳିମାନେ ଗୋଟିଏ ଗୋଲ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ରାଜିଲ ବିପକ୍ଷରେ ନରୱେ ୨-୦ ଗୋଲରେ ବିଜୟୀ ହୋଇଥିଲା । ଫଳରେ ନରୱେକୁ ତୃତୀୟ ଏବଂ ବ୍ରାଜିଲକୁ ମିଳିଥିଲା ଚତୁର୍ଥ ସ୍ଥାନ ।

Comments are closed, but trackbacks and pingbacks are open.