ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଆଇପିଏସ ବ୍ରିଜେଶ ରାଏଙ୍କ ବଦଳି

125

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା । ଆଇପିଏସ ବ୍ରିଜେଶ ରାଏଙ୍କ ହେଲା ବଦଳି । ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ବ୍ରିଜେଶ ରାଏ । ଅନୁଗୁଳର ଡିଆଇଜି ଥିଲେ ବ୍ରିଜେଶ ରାଏ । ମହିଳା ହୋମଗାର୍ଡଙ୍କୁ ବ୍ରିଜେଶ ରାଏଙ୍କ ପତ୍ନୀ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।

ନିର୍ଯାତନା ସହିନପାରି ମହିଳା ହୋମ୍ଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ । ମହିଳାଙ୍କ ଜୀବନ ସିନା ବଂଚିଗଲା ହେଲେ ଦୁଇଟି ଯାକ ଗୋଡ ହରାଇଲେ । ମହିଳା ହୋମ୍ଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ । ହୋମ୍ଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି । ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ଡିଆଇଜିଙ୍କ ସମସ୍ତ ଘର କାମ କରୁଥିଲେ । କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ଚାକିରି ନେଇଯିବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ । ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି । ଟ୍ରେନ୍ ଲାଇନ୍ରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବଂଚିଯାଇଥିଲେ । ହେଲେ ସବୁ ଦିନ ପାଇଁ ସେ ତାଙ୍କ ଗୋଡ ହରାଇ ଦେଇଛନ୍ତି ।

Comments are closed, but trackbacks and pingbacks are open.