ଶୋଇବା ପୂର୍ବରୁ ମହିଳାମାନେ ପ୍ରତିଦିନ ଘରେ କରନ୍ତୁ ଏହି କାମ ମା’ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ

16

ଆମ ର ବିଶ୍ୱାସ ଅଛି ଯେ ଯେଉଁ ଘରେ ମହିଳାମାନେ ସର୍ବଦା ଖୁସିରେ ଥାନ୍ତି ସେହି ଘରେ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି I ଏପରି ପରିସ୍ଥିତିରେ, ଘରର ମହିଳା ମାନେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବା ଉଚ୍ଚିତ I ଘର ର ମହିଳା ମାନେ ଶୋଇବା ପୂର୍ବରୁ ଏହି ଉପାୟ କଲେ ଘରେ ଆର୍ଥିକ ପରିସ୍ଥିତି ରେ ଉନ୍ନତି ଆସିବା ସାଙ୍ଗକୁ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ I

ମହିଳାମାନେ ଶୋଇବା ପୂର୍ବରୁ ପ୍ରତିଦିନ ପୂରା ଘରେ ଆଳତି କର୍ପୁର ଜଳାଇ ବୁଲାଇ ଆଣନ୍ତୁ I ଏହା କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ସମାପ୍ତ ହୁଏ I ଏହା ସହିତ ଶୋଇବା ଘରେ ମଧ୍ୟ କର୍ପୁର ଜଳାନ୍ତୁ ଏପରି କଲେ ସ୍ଵମୀ-ସ୍ତ୍ରୀ ଙ୍କ ମଧ୍ୟରେକୌଣସି ଝଗଡା ହୁଏ ନାହିଁ ଏବଂ ପରିବାର ମଧ୍ୟ ଖୁସିରେ ରୁହନ୍ତି I ତେଣୁ ଯଦି ଘରେ ସ୍ୱାମୀ – ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଝଗଡା ହେଉଥାଏ ଏହି ଉପାୟ ଟି କରନ୍ତୁ I

ସେହିପରି ରାତିରେ ଶୋଇବା ପୂର୍ବରୁ ମହିଳାମାନେ ଘରର ପଶ୍ଚିମ ଏବଂ ଦକ୍ଷିଣ କୋଣରେ ଏକ ଛୋଟ ଦୀପଜଳାନ୍ତୁ ମାନ୍ୟତା ରହିଛି ଯେ ଯଦି ଘରର ଏହି ଦିଗ ଟି ଆଲୋକିତ ହୁଏ ତେବେ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ I ଏହା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବଢିଥାଏ I

ମହିଳାମାନେ ପୂଜାକରୁଥିବା ସ୍ଥାନରେ ପ୍ରଥମେ ଏକ ପରିସ୍କାର ଦୀପ ଲଗାନ୍ତୁ I ଏହାଦ୍ୱାରା ମା’ଲକ୍ଷ୍ମୀ ସର୍ବଦା ଆଶୀର୍ବାଦ କରି ଘରେ ଧନ ଧାନ୍ୟରେ ପରିପୂର୍ଣ୍ଣ କରିଥାନ୍ତି I
ଯେଉଁ ଘରେ ମହିଳାମାନେ ଘରର ଗୁରୁଜନ ତଥା ପିତାମାତା ଏବଂ ଅତିଥି ଅଭ୍ୟାଗତ ଙ୍କ ମଧ୍ୟ ରେ ଭେଦଭାବ ନକରି ସମାନ ଭାବରେ ଯତ୍ନ ନେଇଥାନ୍ତି ସେହି ଘରେ ମା’ଲକ୍ଷ୍ମୀ ଙ୍କ ସର୍ବଦା କୃପା ପଡିଥାଏ I ଘରର ମହିଳା ଶୋଇବା ପୂର୍ବରୁ ଘର ର ଗୁରୁଜନ ପିତାମାତା ଙ୍କୁ ସେବା ଯତ୍ନ କଲେ ତାଙ୍କ ଆନ୍ତରିକ ଆଶୀର୍ବାଦ ରୁ ଘରର ଉତ୍ତୋରତ୍ତର ଉନ୍ନତି ହୋଇଥାଏ I ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହିସବୁ କରିବା ଦ୍ୱାରା ଘରର ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ I ତେଣୁ ଘରର ମହିଳା ମାନେ ପ୍ରତିଦିନ ଏହି ଜିନିଷଗୁଡ଼ିକର ପ୍ରତି ଧ୍ୟାନ ଦେବା ଉଚିତ୍ I
ଏହା ବାଦ ଘର ର ମହିଳାମାନେ କୌଣସି ସ୍ଥାନରେ ଏକାଠି ହୋଇ ,ତାସ ଖେଳ ,ପର ନିନ୍ଦା ,ସର୍ବଦା ହିଂସୁକ ମନୋବୃତି ,କିମ୍ବା ଖାଦ୍ୟ ପରଷିବା ବେଳେ ଭେଦ ଭାବ କରିବା ଉଚ୍ଚିତ ନୁହେଁ I ଏହା ଆପଣଙ୍କୁ ସାମୟିକ ଖୁସି ଦେଉଥିଲେ ମଧ୍ୟ ଏହାର ପରବର୍ତ୍ତୀ ପରିଣାମ ନିଜକୁ ଭୋଗିବାକୁ ପଡିଥାଏ I

Leave A Reply

Your email address will not be published.