ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ

46

ଖୋର୍ଦ୍ଧା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ । ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ I ଖୋର୍ଦ୍ଧା ବ୍ଲକ ନିଜ କାର୍ଯ୍ୟାଳୟରେ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ସଙ୍ଗୀତାଙ୍କୁ ନିଜ ଅଫିସରୁ ଧରିବା ସହିତ ନେଇଥିବା ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ I

ସୂଚନା ଅନୁଯାୟୀ, ରାଜ୍ୟସଭା ସାଂସଦଙ୍କ ଅନୁଦାନରେ ଖୋର୍ଦ୍ଧା ବ୍ଲକରେ ଏକ ରାସ୍ତା କାର୍ଯ୍ୟ ଚାଲୁଥିଲା I ୧୮ ଲକ୍ଷ ଟଙ୍କାର ରାସ୍ତା କାମ ବାବଦକୁ ଜଣେ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ମାଗିଥିଲେ ସଙ୍ଗୀତା ।ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ। ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଠିକାଦାର ଅବଶିଷ୍ଟ ୫୦ ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା ଏବଂ ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା।

Comments are closed, but trackbacks and pingbacks are open.