ନ୍ୟାୟ ନ ମିଳିବାରୁ ଥାନା ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

22

ମାଲକାନଗିରି ଥାନା ସମ୍ନାରେରେ ଅଭାବନୀୟ ଘଟଣା I ଥାନାରୁ ନ୍ୟାୟ ନ ପାଇ ନିରାଶ ହେବା ପରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ଘଟିଛି ମାଲକାନଗିରି ଆଦର୍ଶ ଥାନା ସାମ୍ନାରେ । ମହିଳା ଜଣକ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି ।ସେହି ସମୟରେ ଉପସ୍ଥିତ ଥିବା ଥାନାର କର୍ମଚାରୀମାନେ ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ।
ସୂଚନାନୁସାରେ ଗତ ୯ ତାରିଖରେ ଭଗୁ ହନ୍ତାଳଙ୍କ ଦଶା କାର୍ଯ୍ଯ ଚାଲିଥିଲା ବେଳେ ତାଙ୍କର କିଛି ଭାଇ ଭଗୁଙ୍କ ପତ୍ନୀ ଓ ଭାଉଜଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ କାର୍ଯ୍ଯାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କ ଘରେ ବସି ଚା’ ପିଇଥିଲେ । ତେବେ ମାମଲା ଗତ ୧୦ ତାରିଖରେ ରୁଜୁ ହୋଇଥିଲେ ମଧ୍ୟ ଅଭିଯୋଗ କାରି ଙ୍କୁ ଏ ପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳି ନ ଥିଲା ଯାହାର ପ୍ରତିବାଦରେ ଆଜି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୋଗକାରୀ ମହିଳା ସୁକାନ୍ତି ମାଝୀ । ତେବେ ସ୍ଥାନୀୟ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାରକରି ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କୁ ପଚାରିବାରୁ ମାମଲା ରୁଜୁ କରି ନ୍ୟାୟାଳୟକୁ ପଠାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.