ରାଜ୍ୟ ସରକାର ଙ୍କ ଅନୁମତି କ୍ରମେ ଖେରୀ ରେ ପହଞ୍ଚି ପୀଡିତ ପରିବାର ଙ୍କୁ ଭେଟିଲେ ରାହୁଲ,ପ୍ରିୟଙ୍କା ଙ୍କ ସହିତ ଅନ୍ୟ ତିନି ରାଜନେତା

22

ଲଖିମପୁର ଖେରୀ ହିଂସା ରେ ପ୍ରାଣ ହରାଇଥିବା କୃଷକ ଙ୍କ ପରିବାର କୁ ଭେଟିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ବୁଧୁବାର ରାତିରେ ପହଞ୍ଚିଛନ୍ତି । ରାଜ୍ୟ ସରକାର ଙ୍କ ଅନୁମତି ଆଧାର ରେ ତାଙ୍କ ସହ ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ, ଓ ରଣଦୀପ ସୁରଜୱାଲା ମଧ୍ୟ ଖେରୀରେ ପହଞ୍ଚିଛନ୍ତି । ଏମାନେ ସମସ୍ତେ ଲଖିମପୁର ହିଂସା ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ରାଜନେତାମାନେ ଆସିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାହୁଲ ଲକ୍ଷ୍ନୌ ବିମାନ ବନ୍ଦର ରେ ପହଂଚିବା ପରେ ପୋଲିସ ତାଙ୍କୁ କିଛି ସମୟ ଅଟକାଇଥିଲା I ପରେ ସରକାର ଙ୍କ ଅନୁମତି ଆଧାର ରେ ତାଙ୍କୁ ଲଖମିପୁର ଯିବାକୁ ଅନୁମତି ଦିଆଯାଇଥିଲା I

ବିମାନ ବନ୍ଦର ରୁ ରାହୁଲ ପ୍ରଥମେ ଗୃହବନ୍ଦୀ ଥିବା ଭଉଣୀ ପ୍ରିୟଙ୍କା ଙ୍କୁ ଭେଟିବା ପାଇଁ ସୀତାପୁରରେ ପହଞ୍ଚିଥିଲେ। ୧୪୪ ଧାରା ଉଲ୍ଲଙ୍ଘନ ଅଭିଯୋଗ ରେ ୟୁପି ପ୍ରଶାସନ ଦ୍ୱାରା ପ୍ରିୟଙ୍କାଙ୍କୁ ସେଠାରେ ଥିବା ପିଏସି ଗେଷ୍ଟ ହାଉସରେ ଗିରଫ କରି ରଖାଯାଇଥିଲା । ଆଜି ତାଙ୍କୁ ସୀତାପୁରର ଅସ୍ଥାୟୀ ଜେଲରୁ ମୁକ୍ତ କରାଯାଇଥିଲା । ତେବେ ରାହୁଲ ତାଙ୍କୁ ଭେଟାଇବାପରେ ସାଥିରେ ଧରି ହିଂସା ପୀଡିତ କୃଷକ ଙ୍କ ପରିବାର କୁ ଭେଟିବା ପାଇଁ ଯାଇଥିଲେ Iଆଜି ରାତିରେ ଚାଷୀଙ୍କ ପରିବାର ସହ ସାକ୍ଷାତ ପରେ ହିଁ ରାହୁଲ ଗାନ୍ଧି ଦିଲ୍ଲୀ ଫେରିଯିବେ ।

ଲଖିମପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧି ପ୍ରଥମେ ହିଂସାରେ ପ୍ରାଣ ହରାଇଥିବା ସାମ୍ବାଦିକ ରମଣ କଶ୍ୟପଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି । ପରେ ମୃତକ ଚାଷୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ଭେଟି ଆଲୋଚନା କରିବେ । ଏହାପୂର୍ବରୁ ରାହୁଲ ଗାନ୍ଧି ଦିଲ୍ଲୀରୁ ଲକ୍ଷ୍ନୌ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ କାରକେଡ୍‌ରେ ବସି ଲଖିମପୁର ଯିବାକୁ କୁହାଯାଇଥିଲା । କିନ୍ତୁ ଏହାକୁ ନେଇ ସେ ଅରାଜି ହୋଇଥିଲେ । ଗିରଫ ଆଶଙ୍କାରେ ପ୍ରଶାସନକୁ ବିରୋଧ କରି ବିମାନବନ୍ଦର ଭିତରେ ହିଁ ଧାରଣାରେ ବସିରହିଥିଲେ । କଂଗ୍ରେସ କର୍ମୀମାନେ ଏ ସମ୍ପର୍କରେ ଜାଣିବାପରେ ବିମାନବନ୍ଦର ବାହାରେ ଭିଡ ଜମାଇଥିଲେ । ପରେ ତାଙ୍କୁ ଲଖିମପୁର ଯିବାକୁ ଅନୁମତି ମିଳିଥିଲା
ଲଖମୀପୁର ହିଂସା ପରଠାରୁ କୌଣସି ରାଜନେତାଙ୍କ ଗସ୍ତକୁ ଅନୁମତି ଦିଆଯାଉନଥିବାବେଳେ ,ବୁଧୁବାର ରାଜ୍ୟ ଗୃହ ମନ୍ତ୍ରଣାଳୟ ରାଜନେତାଙ୍କ ଗସ୍ତକୁ ଅନୁମତି ଦେଇଛି I ଅନୁମତି ଆଧାର କୌଣସି ଦଳରୁ ୫ ଜଣ ନେତା ପୀଡିତ ପରିବାରକୁ ଭେଟିପାରିବେ I

Leave A Reply

Your email address will not be published.