ଓଡ଼ିଶାରେ ଡବଲ୍ ବିକାଶ ହେବା ସହିତ ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଇଣ୍ଡଷ୍ଟ୍ରି ଓଡ଼ିଶାକୁ ଆସୁ : କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

173

ଭୁବନେଶ୍ୱର: ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।‌ ଇନଫୋଭ୍ୟାଲିରେ ସିକ୍‌ସେମ୍ ପ୍ରାଇଭେଟ୍ ଲିମିଟେଡର ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।‌ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଭିଡ଼ିଓ କନଫରେନସିକ ଜରିଆରେ ଯୋଡି ହୋଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର କ୍ୟାବିନେଟ ଅଗଷ୍ଟ୧୨ ରେ ଓଡ଼ିଶା ପାଇଁ ୪୦୦୯ କୋଟି ଟଙ୍କାର ଦୁଇଟି ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟକୁ ଅନୁମୋଦନ କରିଥିଲେ । ଉଭୟ ପ୍ରକଳ୍ପ‌ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ ଓ ଏ.ଟି.ଏମ୍.ପି କେନ୍ଦ୍ର ଇନଫୋଭ୍ୟାଲିରେ ପ୍ରତିଷ୍ଠା lଦୁଇଟି ୟୁନିଟ୍ ସିକ଼୍ସେମ୍ ଏବଂ ୩ଡି ଗ୍ଲାସ୍ ଦ୍ୱାରା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୧୦୦୦ ପ୍ରତ୍ୟକ୍ଷ ଓ ୪୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଲିକନ୍ କାର୍ବାଇଡ୍ (SiC) ଡିଭାଇସ୍ ଉତ୍ପାଦନ ପାଇଁ ସିକ୍‌ସେମ୍ ଏହି ପ୍ଲାଣ୍ଟ ସ୍ଥାପନ କରିବ, ଯାହାର ବାର୍ଷିକ କ୍ଷମତା ୬୦,୦୦୦ ୱେଫର୍ ଏବଂ ୯୬ ନିୟୁତ ପ୍ୟାକେଜ୍ ୟୁନିଟ୍ ଅଟେ। କରାଯିବ ।

Comments are closed, but trackbacks and pingbacks are open.