ଡେଭିଡଙ୍କ ଧୂଆଁଧାର ଇନିଂସ ବଳରେ ମୁମ୍ବାଇ ୧୭୭ ରେ ଅଟକିଲା,ଗୁଜରାଟ ପାଇଁ ୧୭୮ ରନ୍ ର ବିଜୟ ଲକ୍ଷ୍ୟ

11

ଆଜିର ଆଇପିଏଲ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ଗୁଜୁରାଟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଗୁଜୁରାଟ ଆଗରେ ୧୭୮ରନ୍ ର ବିଜୟ ଲକ୍ଷ୍ୟ ରଖିଛି । ପ୍ରାରମ୍ଭରୁ ରୋହିତ ଏବଂ ଇଶାନ ଜୋଡ଼ି ଜବରଦସ୍ତ ପ୍ରଦର୍ଶନ କରି ଦଳ ପାଇଁ ଦୃଢ଼ ମୁଳଦୁଆ ପକାଇଥିଲେ । ରୋହିତ ଚୌକା ଓ ଦୁଇଟି ଛକା ସହାୟତାରେ ୨୮ ଟି ବଲରେ ୪୩ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଇଶାନ ୨୯ ବଲରେ ୪୫ ରନ୍ କରି ଆଉଟ୍ ହୋଇଥିଲେ ।

ଶେଷକୁ ଟିମ୍ ଡେଭିଡଙ୍କ ଧୂଆଁଧାର ୨୧ ବଲରୁ ୪୪ ରନ୍ ବଳରେ ମୁମ୍ବାଇ ଗୁଜୁରାଟ ସମ୍ନାରେ ୧୭୮ରନ୍ ର ବିଜୟ ଲକ୍ଷ୍ୟ ଛିଡ଼ା କରିପାରିଥିଲା । ଗୁଜୁରାଟ ପକ୍ଷରୁ ସଫଳ ବୋଲର ଭାବରେ ରଶିଦ ଖାନ୍ ୪ ଓଭରରେ ୨୪ ରନ ବ୍ୟୟ କରି ୨ଟି ୱିକେଟ୍ ନେଇଥିଲେ। ଏଥିସହିତ ଅଲଜାରି ଜୋସେଫ, ଫର୍ଗୁସନ ଏବଂ ପ୍ରଦୀପ ସାଙ୍ଗୱାନ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Comments are closed, but trackbacks and pingbacks are open.