ସାରା ରାଜ୍ୟରୁ କମିବ ଶୀତ

27

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଜାରି ରହିଛି ହାଡ଼ଭଙ୍ଗା ଶୀତ। କୋହଲା ପାଗ ସାଙ୍ଗକୁ ଭୀଷଣ ଯୋଗୁଁ ଲୋକମାନେ ବିନା ଶୀତବସ୍ତ୍ରରେ ପଦାକୁ ବାହାରିପାରୁନାହାନ୍ତି। ତେବେ ଆଶ୍ବସ୍ତିକର ଖବର ହେଉଛି ଆସନ୍ତା ୨ ଦିନ ମଧ୍ୟରେ ଲୋକଙ୍କୁ ଜାଡ଼ରୁ ଆଶ୍ବସ୍ତି ମିଳିବ। ରାଜ୍ୟରେ କିଛି ସ୍ଥାନରେ ବର୍ଷା ଯୋଗୁଁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ୭ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରବିବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖୁଲା ରହିବ । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖୁଲା ରହିବ । ଏସହ ଆସନ୍ତା ୨ରୁ ତିନି ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ । ଫଳରେ ଶୀତ କମିବାର ସମ୍ଭାବନା ରହିଛି । ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି । ଚେନ୍ନାଇର ମେରାଇନ୍ ଡ୍ରାଇଭ୍ ରୋଡରେ ଜୋର ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶୁକ୍ରବାର ରାତି ପ୍ରାୟ ସାଢ଼େ ୧ଟାରେ ତାମିଲନାଡୁ ମାମଲ୍ଲାପୁରମ୍ ନିକଟରେ ଏହା ସ୍ଥଳଭାଗ ଛୁଇଁଥିଲା । ଶନିବାର ବୌଦ୍ଧ ଓ କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରହିଥିଲା । ସେହିପରି ଦାରିଙ୍ଗବାଡ଼ି ୧୨, ନବରଙ୍ଗପୁର ୧୩ ଡିଗ୍ରୀ ଥିଲା ।

Comments are closed, but trackbacks and pingbacks are open.