ଆସନ୍ତାକାଲିଠାରୁ ବଢିବ ଶୀତ

127

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ଥରେ ଶୀତ ଲହରୀ ବୃଦ୍ଧି ପାଇବ। ଆହୁରି ଜାଡରେ ଥରିବ ଓଡିଶା। ଆଜି ତାପମାତ୍ରା ସ୍ୱାଭାବିକଠାରୁ ଟିକିଏ ଅଧିକ ଥିଲା। ତଥାପି, ଆକାଶରୁ ମେଘ ହଟିବା ପରେ, ବିଭିନ୍ନ ସ୍ଥାନରେ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ। ରାଜ୍ୟର କିଛି ସ୍ଥାନରେ ଶୀତ ଲହରୀ ସହିତ ତୁଷାରପାତ ମଧ୍ୟ ହୋଇଥିଲା। କେଉଁଝର ଜିଲ୍ଲାର ବଂଶପାଳ ବ୍ଲକର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିଲେ। ସେହିପରି ପାଟନା ବ୍ଲକର କିଛି ଅଂଶ କାଞ୍ଜିପାଣି ଘାଟି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଥିଲେ। ଏଥର ଥଣ୍ଡା ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଆକାଶ ସଫା, ହିମାଳୟରୁ ଆସୁଥିବା ବରଫାବୃତ ପବନ, ଘନ କୁହୁଡ଼ି ଏବଂ ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ ହ୍ରାସ ପାଇବା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି।

Comments are closed, but trackbacks and pingbacks are open.