ଆସନ୍ତାକାଲିଠୁ ସଂସଦର ଶୀତ କାଳୀନ ଅଧିବେଶନ ଆରମ୍ଭ : ପ୍ରଧାନ ମନ୍ତ୍ରୀ ଙ୍କ ଅନୁପସ୍ଥିତିରେ ଆଜି ବସିଲା ସର୍ବଦଳୀୟ ବୈଠକ

18

ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତ କାଳୀନ ଅଧିବେଶନ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ପୂର୍ବାହ୍ନ ୧୧ .୩୦ରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ବୈଠକରେ ସମ୍ପୃକ୍ତ ଦଳର ୪୨ ଜଣ ନେତା ଯୋଗ ଦେଇ ବିତର୍କରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଆଶା କରାଯାଉ ଥିଲେ ମଧ୍ୟ ସେ ଆସି ନଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଛନ୍ତି ଯେ, ସର୍ବଦଳୀୟ ବୈଠକକୁ ମୋଦି ଯୋଗ ଦେବାର ପରମ୍ପରା ଆରମ୍ଭ କରିଥିଲେ। ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ ଆସୁଥିଲେ। ହେଲେ ଆଜି ପ୍ରଧାନମନ୍ତ୍ରୀ ଆସିପାରି ନାହାନ୍ତି ।
ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ । ସଂସଦର ଅଦିବେଶନ କେମିତି ସୁରୁଖୁରୁରେ ଚାଲିବ ସେନେଇ କେନ୍ଦ୍ର ସରକାର ବିରୋଧୀଙ୍କ ସହ ଆଲୋଚନା ହୋଇଛି । ଏଥର ସଂସଦର ଶୀତକାଳୀନ ଅଧିବେଶନ ପୁଣି ଥରେ ସରଗରମ ହେବାର ସମ୍ଭାବନା ରହିଛି ।
ଏହି ବୈଠକରେ ଅଧିକାଂଶ ବିରୋଧୀ ଦଳ ପକ୍ଷରୁ ପେଗାସସ୍, ଦର ବୃଦ୍ଧି ଏବଂ କୃଷି ଆଇନ ପ୍ରତ୍ୟାହାର, ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି ଓ ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଭଳି ପ୍ରସଙ୍ଗ କୁ ନେଇ ବିରୋଧୀ ହଙ୍ଗମା କରି ପାରନ୍ତି। ଆଜି ଅପରାହ୍ନ ରେ ବିଜେପି ମଧ୍ୟ ନିଜର ସଂସଦୀୟ ଦଳ ବୈଠକ କରିପାରେ।
ଗୃହରେ ଥିବା ଏନଡିଏର ସବୁ ନେତା ଅପରାହ୍ନ ୩ଟାରେ ଏକାଠି ହୋଇ ବିରୋଧୀଙ୍କୁ ସଂସଦରେ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ସେହିପରି ରାଜ୍ୟସଭା ଅଧକ୍ଷ ଭେଙ୍କିୟା ନାଇଡୁ ମଧ୍ୟ ଗୃହର ସଂସଦୀୟ ନେତାଙ୍କ ସହ ସନ୍ଧ୍ୟାରେ ବୈଠକ କରିବେ। ଆସନ୍ତାକାଲି ଅଧିବେଶନ ଆରମ୍ଭ ହେଉଥିବା ବେଳେ ବିଜେଡି ତାର ପୁରୁଣା ଦାବି ପୁଣି ଥରେ ସର୍ବ ଦଳୀୟ ବୈଠକରେ ଉଠାଇପାରେ। ସେହିପରି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, ଆଜି ସର୍ବଦଳୀୟ ବୈଠକରେ ମୁଦ୍ରାସ୍ଫୀତି, ଇନ୍ଧନ ମୂଲ୍ୟ ବୃଦ୍ଧି, ଚାଷୀ ସମସ୍ୟା ଏବଂ କୋଭିଡ -୧୯ ସମେତ ଅନେକ ପ୍ରସଙ୍ଗ ଉଠାଯାଇଥିଲା ବୋଲି କହିଛନ୍ତି।

Leave A Reply

Your email address will not be published.